fbpx

Superfetation : ଗୋଟିଏ ମାସରେ ଦୁଇଥର pregnancy, ଗର୍ଭାବସ୍ଥାରେ ଶାରିରୀକ ସମ୍ପର୍କ ହୋଇପାରେ କାରଣ

ନୂଆଦିଲ୍ଲୀ : ଗର୍ଭବତୀ ହେବା ଯେକୌଣସି ମହିଳାଙ୍କ ପାଇଁ ସବୁଠାରୁ ବଡ ଖୁସିର ବିଷୟ । କିନ୍ତୁ ଥରେ ଭାବନ୍ତୁ ତ, ଯଦି ଗୋଟିଏ ଗର୍ଭଧାରଣ ସମୟରେ ଦ୍ୱିତୀୟ ଗର୍ଭଧାରଣର ଖବର ମିଳେ, ତେବେ କିପରି ଅନୁଭବ ହେବ । ଆଶ୍ଚର୍ଯ୍ୟ ହେବେ ନିଶ୍ଚିୟ । କିନ୍ତୁ ଯଦି ଆପଣ ଯାଆଁଳା ବୋଲି ଭାବୁଥିବେ, ତେବେ ମେଡିକାଲ ସାଇନ୍ସରେ ଏହାକୁ ଯାଆଁଳା ବୋଲି ମଧ୍ୟ କୁହାଯାଏ ନାହିଁ । ତେବେ କ’ଣ କୁହାଯାଏ ଏବଂ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା…

ବ୍ରିଟେନର ବାସିନ୍ଦା ସୋଫି ଛୋଟଙ୍କ ସହ ଏଭଳି ଘଟଣା ଘଟିଛି । ସେ ମାସରେ ଦୁଇଥର ଗର୍ଭବତୀ ହୋଇଥିଲେ। ପରେ ସେ ଯାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଡାକ୍ତରଙ୍କ କହିବାନୁସାରେ, ଉଭୟ ଶିଶୁ ଗୋଟିଏ ସମୟରେ ନୁହେଁ, ଅଲଗା ଅଲଗା ସମୟରେ କନସିଭ୍ ହୋଇଥିଲେ । ଯାହା ବିରଳ ଘଟଣା ବୋଲି ଡାକ୍ତର କହିଛନ୍ତି ।

ସୋଫି କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ଗର୍ଭବତୀ ହୋଇଥିଲେ, ସେତେବେଳେ ସେ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରିଥିଲେ । ଶରୀରରେ ବିଭିନ୍ନ ପ୍ରକାରର ରୋଗ ଆରମ୍ଭ ହୋଇଥିଲା । ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ ସାତ ସପ୍ତାହ ମଧ୍ୟରେ ଆଠ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା। ପରେ ପରୀକ୍ଷାରୁ ଜଣାପଡିଥିଲା ଯେ ସେ ପୁଣି ଗର୍ଭବତୀ ଅଛନ୍ତି । କିନ୍ତୁ ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା ଉଭୟଙ୍କ ବୟସ ସମାନ ନୁହେଁ । ଉଭୟ ଭିନ୍ନ ଆକାରର ବୋଲି ଜାଣି ଡାକ୍ତରମାନେ ଆଶ୍ଚର‌୍ୟ୍ୟ ହୋଇଗଲେ।

ଡାକ୍ତରମାନେ ୨୯ ତମ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଯେ ବୋଧହୁଏ ଉଭୟଙ୍କ ଶରୀର ଏକ ପ୍ରକାରର ଗଠିତ ହେବ । କିନ୍ତୁ ସେଭଳି ହେଲା ନାହିଁ । ପ୍ରଥମ ସନ୍ତାନର ପ୍ରସବ ସମୟ ଆସିଥିବା ବେଳେ ତାହା

ଦ୍ୱିତୀୟ ସନ୍ତାନର ଜୀବନ ପ୍ରତି ବିପଦର କାରଣ ପାଲଟିଥିଲା । କାରଣ ସେ ସେପର୍ଯ୍ୟନ୍ତ ପରିପକ୍ୱ ହୋଇନଥିଲା ଦ୍ୱିତୀୟ ସନ୍ତାନ । ଏହା ଦେଖି ଡାକ୍ତରମାନେ ପ୍ରଥମ ଶିଶୁର ଜନ୍ମ ବିଳମ୍ବ କରି କିଛି ଔଷଧ ବ୍ୟବହାର କରି ସ୍ଥଗିତ ରଖିଲେ। ପରେ ଉଭୟଙ୍କ ଜନ୍ମ ଏକା ସାଙ୍ଗରେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ଫର୍ଟିଲାଇଜେସନ୍ ରେ ସମୟ ବ୍ୟବଧାନ ଥିଲା । ଯାହାକୁ ଡାକ୍ତରମାନେ ଏକ ସୁପରଫେଟେସନ୍ କୁହନ୍ତି ।

ଡାକ୍ତରଙ୍କ ହିସାବରେ ଏହିପରି ଜନ୍ମ ହୋଇଥିବା ଶିଶୁମାନେ ସରକାରୀ ଭାବରେ ଯାଆଁଳା ନୁହଁନ୍ତି । ଡାକ୍ତରଙ୍କ କହିବାନୁସାରେ ଏହାର କାରଣ ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବାରୁ ଏପରି ପରିସ୍ଥିତି ସୃଷ୍ଟି ହୁଏ କିମ୍ବା ବେଳେବେଳେ ଫର୍ଟିଲାଇଜେସନ୍ ବିଳମ୍ବରେ ହେଲେ ଏମିତି ହୁଏ ।

Get real time updates directly on you device, subscribe now.