fbpx
BJD SKY
BJD SKY

ଆସୁଛି ମହାବିପଦ! ସମୁଦ୍ରରୁ ମିଳିଲା ୪୦ ହଜାର ବର୍ଷ ପୁରୁଣା ଜ୍ୱାଳାମୁଖୀ: ମିଳୁଛି ପ୍ରମାଣ

BJD

ଓଡିଶା ଭାସ୍କର: ଭୂମଧ୍ୟସାଗର ତଳ ଭାଗରେ ହଜାର ହଜାର ବର୍ଷ ପୁରୁଣା ଆଗ୍ନେୟଗିରିରୁ ଏକ ‘ମେଗାବେଡ୍’ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ । ତେବେ ଏହି ‘ମେଗାବେଡ’ଗୁଡିକ ଗତ ହଜାର ହଜାର ବର୍ଷରୁ ଘଟୁଥିବା ପ୍ରାକୃତିକ ବିପର୍ୟ୍ୟୟର ପ୍ରମାଣ ଦର୍ଶାଏ । ଏହି ମେଗାବେଡଗୁଡିକ ହେଉଛନ୍ତି ଆଗ୍ନେୟଗିରି ଉଦଗୀରଣ ପରି ପ୍ରାକୃତିକ ଘଟଣା କାରଣରୁ ଅନେକ ବର୍ଷ ଧରି ସମୁଦ୍ର ଉପତ୍ୟକା କିମ୍ବା ଚଟାଣରେ ଜମା ହୋଇଥିବା ସାମଗ୍ରୀ ।

ତେବେ ଜିଓଲୋଜି ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏଥି ମଧ୍ୟରେ ଥିବା ସର୍ବ ପୁରାତନ ସ୍ତର ପ୍ରାୟ ୪୦,୦୦୦ ବର୍ଷ ପୁରୁଣା ଥିବା କହିଛନ୍ତି ବୈଜ୍ଞାନିକମାନେ। ଦ୍ୱିତୀୟ ସ୍ତର ୩୨,୦୦୦ ବର୍ଷ ଏବଂ ତୃତୀୟଟି ୧୮,୦୦୦ ବର୍ଷ ପୁରୁଣା ଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ପ୍ରାୟ ୮,୦୦୦ ବର୍ଷ ପୂର୍ବେ ସର୍ବକନିଷ୍ଠ ପଙ୍କର କୋର ଗଠନ ହୋଇଥିଲା ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ବୈଜ୍ଞାନିକମାନେ ଏହି ଆଗ୍ନେୟଗିରି ନିକଟରେ ଥିବା ଟାଇରେନିଆନ୍ ସାଗରର ତଳଭାଗର ପଙ୍କଗୁଡିକୁ ପରୀକ୍ଷା କରୁଥିବାବେଳେ ଏହି ମେଗାବେଡକୁ ପାଇଥିଲେ। ଇଟାଲୀର ପଶ୍ଚିମ ଉପକୂଳରେ ଥିବା ଏହି ଟାଇରେନିଆନ୍ ସାଗର ହେଉଛି ଭୂମଧ୍ୟସାଗରର ଏକ ଅଂଶ । ତେବେ ଏହାପୂର୍ବରୁ ଟାଇରେନିଆନ୍ ସାଗରର ଆଗ୍ନେୟଗିରି ଅବଶେଷ ଜମା ହୋଇଥିବା ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ଏପରିକି ନିକଟରେ ଜିଓଲୋଜି ପତ୍ରିକାରେ ଏ ନେଇ ଏକ ଫଟୋ ମଧ୍ୟ ପ୍ରକାଶ ପାଇଥିଲା ।

ଓହାୟୋ ଷ୍ଟେଟ ୟୁନିଭରସିଟି (ଯୁକ୍ତରାଷ୍ଟ୍ର ଆମେରିକା)ର ଜିଓଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡେରେକ ସାଏର ଏବଂ ତାଙ୍କ ସହକର୍ମୀମାନେ ଟାଇରେନିଆନ୍ ସାଗର ତଳର ଫୋଟୋ ଉଠାଇଥିଲେ। ତେବେ ସେଥିରେ ସେମାନେ ଚାରୋଟି ମେଗାବେଡର ଏକ କ୍ରମ ଦେଖିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକର ଘନତା ୩୩ ରୁ ୮୨ ଫୁଟ (୧୦ ରୁ ୨୫ ମିଟର) ମଧ୍ୟରେ ରହିଥିଲା । ତେବେ ସେଗୁଡ଼ିକ ମଧ୍ୟରେ ପ୍ରତ୍ୟେକ ମେଗାବେଡ଼ରେ ପଙ୍କ ସ୍ତର ଭିନ୍ନ ଥିବା ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ । ଏଥି ସହିତ ପ୍ରତ୍ୟେକ ମେଗାବେଡ଼ରେ ଥିବା ପଙ୍କରେ ଭିନ୍ନ ଭିନ୍ନ ଉପାଦାନ ମହଜୁଦ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.