fbpx

(video)ଅନୁଷ୍କାଙ୍କୁ ଖୋଜୁଛନ୍ତି ବିରାଟ, ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ପୂର୍ବରୁ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଏବେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଭିଡିଓରେ ବିରାଟ କୋହଲିଙ୍କୁ ଖେଳ ମଧ୍ୟରେ ପତ୍ନୀଙ୍କ ଚିନ୍ତା ଘାରିଥିବାର ଦେଖାଯାଉଛି । ସେ ପତ୍ନୀ ଅନୁଷ୍କାଙ୍କୁ ଖୋଜୁଥିବାର ଭିଡିଓରେ ନଜର ଆସୁଛନ୍ତି । ଦୁଇ ଜଣଙ୍କ ଏହି କ୍ୟୁଟ୍ ମୁମ୍‌ମେଣ୍ଟ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି ।

ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ରେ ଭାରତର ବିଜୟ ସହିତ ବିରାଟ କୋହଲିଙ୍କର ଖୁବ୍ ଚର୍ଚ୍ଚା ହେଉଛି । ବିରାଟ କେବଳ ନିଜ ବ୍ୟାଟିଂ ଦକ୍ଷତା ନେଇ ଚର୍ଚ୍ଚାରେ ନାହାନ୍ତି ସୁଖୀ ଦାମ୍ପତ୍ୟ ଜୀବନକୁ ନେଇ ବି ଚର୍ଚ୍ଚାରେ ଅଛନ୍ତି । ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏକ ବିଶାଳ ରନ୍ ସ୍କୋର କରିବା ସହ ପ୍ରଦର୍ଶନ ପରେ ବିରାଟ ଯେପରି ପତ୍ନୀ ଅନୁଷ୍କା ଶର୍ମାଙ୍କ ପ୍ରତି ନିଜର ଲଭ୍ ଦେଖାଇଥିଲେ ତାହା ସମସ୍ତ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ଏବେ ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ପୂର୍ବରୁ ବିରାଟଙ୍କ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟି ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ସମୟରେ କ୍ୟାମେରାରେ ରେକର୍ଡ ହୋଇଛି ଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି । ଏହି ଭିଡିଓରେ ବିରାଟ ପାଭେଲିଅନରେ ଛିଡା ହୋଇଥିବା ନଜର ଆସୁଛନ୍ତି । ଉପରେ ଷ୍ଟାଣ୍ଡରେ ବସିଥିବା ପତ୍ନୀ ଅନୁଷ୍କାଙ୍କୁ ସେ ଖୋଜୁଥିବା ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଅନୁଷ୍କାଙ୍କୁ ଦେଖିବା ଲାଗି ସେ କିପରି ରେଲିଂରେ ପୁରା ଲଟକି ପଡିଛନ୍ତି । ଭିଡିଓରେ ବିରାଟଙ୍କ ପାଖରେ ରୋହିତ ଶର୍ମା ଛିଡା ହୋଇଥିବାର ନଜର ଆସୁଛନ୍ତି । ବିରାଟଙ୍କ ଏହି ଭିଡିଓ ଉପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ବେଶ୍ ଚୌକା ମାରିଛନ୍ତି । ବହୁ ୟୁଜର ଲେଖିଛନ୍ତି ଏହି ଯୋଡିଙ୍କୁ କାହାର ନଜର ନ ଲାଗୁ ।

Get real time updates directly on you device, subscribe now.