fbpx

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌, ଅର୍ଚ୍ଚନା ନାଗ ମାମଲାକୁ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର: ଶୀତକାଳୀନ ଅଧିବେଶନରେ ୨୦୨୨-୨୩ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ସରକାର। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବଜେଟ୍ ଉପସ୍ଥାପିତ କରିଥିଲେ। ଏହି ସମୟରେ ଅର୍ଚ୍ଚନା ନାଗ ମାମଲାକୁ ନେଇ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିଥିଲେ। କଂଗ୍ରେସ ଅର୍ଚ୍ଚନା ନାଗ ମାମଲା ଉଠାଇ ହଙ୍ଗାମା କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ତେବେ ଗୃହରେ ପ୍ରବଳ ହଟ୍ଟଗୋଳକୁ ନଜରରେ ରଖି ବଚାସ୍ପତି ଆସନ୍ତା କାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ।

ପଦମପୁର ନିର୍ବାଚନ ପାଇଁ ଅର୍ଥମନ୍ତ୍ରୀ ସେଠାରେ ପ୍ରଚାରରେ ଥିବାରୁ ପଞ୍ଚାୟତରାଜ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଥିଲେ। ରାଜ୍ୟବ୍ୟାପୀ ବର୍ତ୍ତମାନ ବିକାଶମୂଲକ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏବେ ଅତିରିକ୍ତ ବଜେଟ୍ ଆଗତ ହୋଇଛି । ସେହିପରି ବିକାଶ ମୁଳକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବ୍ୟୟବରାଦକୁ ଲକ୍ଷ୍ୟରେ ରଖି ସରକାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି ।

ବଜେଟ ଆଗତ ପରେ ଏକ ଜନମଙ୍ଗଳ ରାଷ୍ଟ୍ରର ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ ତଥା ବିଭିନ୍ନ ମାଧ୍ୟମରେ ସୂତ୍ରରୁ ସହବନ୍ଧିତ ସମବଳର ପ୍ରାପ୍ତି ମାଧ୍ୟମଭର ଅତିରିକ୍ତ ବଜେଟ ପାଇଁ ବୟୟବରାଦ କରାଯାଇଛି ବୋଲି ସରକାର କହିଛନ୍ତି।

ଅତିରିକ୍ତ ବଜେଟ୍ ପାଇଁ ଅର୍ଥ ବ୍ୟବସ୍ଥା ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ ଜରିଆରେ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି ( SDRMF ) ରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ବାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ , ଅତିରିକ୍ତ ବଜେଟ୍‌ରେ ବ୍ୟୟ ବରାଦ ହୋଇଥିବା ୯,୨୦୦ କୋଟି ଟଙ୍କା ମଧ୍ୟରୁ ୨,୦୬୬ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭,୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ।

 

Get real time updates directly on you device, subscribe now.