fbpx

Video: ଲିଫ୍ଟରେ ଯୁବତୀଙ୍କ ଦେହରେ ହାତ ମାରୁଥିଲା ଯୁବକ, ଏମିତି ଖାଇଲା ମାଡ଼ ଯେ ସାରାଜୀବନ…

ଆଜିକାଲି ରାସ୍ତାଘାଟରେ କିଛି ଅସଭ୍ୟ ଲୋକ ଏକୁଟିଆ ଯାଉଥିବା ଝିଅ ବା ମହିଳାଙ୍କୁ ହଇରାଣ କରିବାକୁ ପଛାନ୍ତି ନାହିଁ । କିନ୍ତୁ ଏବେ ମହିଳାମାନେ ବି ଏହାର ଉଚିତ୍ ଜବାବ ଦେଉଛନ୍ତି । ଇଣ୍ଟରନେଟରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ସେଠାରେ ଥିବା ଯୁବତୀଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ଯାହା ହେଲା, ଆପଣ କେବେ କଳ୍ପନା ମଧ୍ୟ ପାରିବେ ନାହିଁ ।

ସୋସିଆଲର ମିଡିଆରେ ଯୁବତୀଙ୍କୁ ହଇରାଣ କରୁଥିବା ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୌଣସି ଲିଫ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଯୁବତୀ ଲିଫ୍ଟ ଭିତରକୁ ଆସିଛନ୍ତି, ଯେଉଁଠାରେ ଜଣେ ଯୁବକ ପୂର୍ବରୁ ଠିଆ ହୋଇଛି । ଏହି ଯୁବକ ଲଗାତାର ଯୁବତୀଙ୍କୁ ଖରାପ ନଜରରେ ଦେଖିବାକୁ ଲାଗିଲା ଓ ପରେ ତାଙ୍କ ପାଖକୁ ଯାଇ ହଇରାଣ କରିବାକୁ ଲାଗିଥିଲା । ଏପରିକି ସେ ଯୁବକ ଜଣକ ଯୁବତୀଙ୍କ କାନ୍ଧରେ ହାତ ମଧ୍ୟ ରଖିଦେଲା ।

ଏଥିରେ ଯୁବତୀଙ୍କୁ ରାଗ ସମସ୍ତ ସୀମା ଅତିକ୍ରମ କରିଗଲା ଓ ସେ ଯୁବକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଏହା ପରେ ଯୁବତୀ ଜଣକ ସେହି ଅଭଦ୍ର ଯୁବକଙ୍କୁ ଖୁବ୍ ପିଟିଥିଲେ । ଏପରି ମାଡ଼ ମାରିଥିଲେ ଯେ, ଯୁବକ ଜଣକ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ମାଡ଼କୁ ମନେରଖିବ । ଏହି ଭିଡିଓ ଟ୍ୱିଟରରେ ସେୟାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଥର ଦେଖାସରିଛି । ୬ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରିଥିବା ବେଳେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.