fbpx

‘Old Monk’ ମିଶ୍ରିତ ଚା ପିଇଛନ୍ତି କି ? ବହୁତ ପୁରୁଣା ଟି-କକଟେଲ୍ସର ଇତିହାସ

ନୂଆଦିଲ୍ଲୀ: ଚା ପିଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଏହା ଦୈନନ୍ଦୀନ ଜୀବନର ଅଂଶ ବି ପାଲଟି ଯାଇଛି। ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଏକ ଭିଡିଓ ଦେଖି ଚା ପ୍ରେମୀ ଚକିତ ହୋଇ ପଡିଛନ୍ତି। ଜଣେ ବ୍ୟକ୍ତି ‘ଓଲ୍ଟ ମଙ୍କ’ ରମ ମିଶାଇ ଚା ତିଆରି କରୁଛନ୍ତି। ଏହି ଭିଡିଓ ଗୋଆର ହୋଇଥିବା କୁହାଯାଉଛି। ଏହା ଉପରେ ଲୋକେ ଖୁବ୍ ପ୍ରତିକ୍ରିୟା ଦେଇଛନ୍ତି। କିଛି କିଛି ଏହାକୁ ଖାସ୍ ଡ୍ରିଙ୍କ୍ କହୁଥିବା ବେଳେ ଆଉ କିଛି ଏହା ସ୍ଵାସ୍ଥ୍ୟ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି। ଗୋଆ ସମୁଦ୍ରକୂଳରେ ପ୍ରସ୍ତୁତ ‘ଓଲ୍ଟ ମଙ୍କ ଚା’ର ଟେଷ୍ଟ ଯେମିତି ବି ହେଉ ମାଦକ ଦ୍ରବ୍ୟ ସହ ମିଶ୍ରିତ ଚା ପିଇବାର ପରମ୍ପରା ବହୁତ ପୁରୁଣା। ଏହା ଭାରତ ସମେତ ପୂରା ଦୁନିଆରେ ପ୍ରସିଦ୍ଧ। ଭାରତରେ ଅନେକ ପାର୍ଟି ଏବଂ କାଫେରେ ମାଦକ ମିଶ୍ରିତ ଚା ପରସାଯାଏ। ପୁରା ଦୁନିଆର ଖାଦ୍ୟ ବିଶେଷଜ୍ଞ ଏହାକୁ ନେଇ ଅନେକ ପ୍ରୟୋଗ କରିସାରିଛନ୍ତି।
କୁହାଯାଏ ଚାର ଇତିହାସ ଇସା ମସିହଙ୍କ ଜନ୍ମ ପୂର୍ବରୁ ବି ଆହୁରି ପୁରୁଣା। ଟି କକଟେଲ୍ସକୁ ଶତାବ୍ଦୀ ପୂର୍ବରୁ ସେବନ କରାଯାଉଛି। କିଛି ବିଶେଷଜ୍ଞଙ୍କ କହିବା କଥା ଏମିତି ଚା ପାନ ୧୭ମ ଶତାବ୍ଦୀରୁ ଚାଲି ଆସିଛି। ଇଙ୍ଗିଲ୍ସ ମିଲ୍କ ପଞ୍ଚକୁ ସବୁଠୁ ପୁରୁଣା ଆଲକହଲ ମିଶ୍ରିତ ଚା କୁହାଯାଏ। ଏହାକୁ ପ୍ରସ୍ତୁତ କରିବାରେ ମଦ, ଚା, ପାଣି, କ୍ଷୀର, ଚିନି ଏବଂ କିଛି ମସାଲାର ବ୍ୟବହାର କରାଯାଏ। ୧୮ମ ଶତାବ୍ଦୀ ମଧ୍ୟଭାଗ ଆଡକୁ ଏହାର ଖୁବ୍ ପ୍ରଚଳନ ରହିଥିଲା। ଏହା ମଧ୍ୟ କୁହାଯାଏ ୧୯୨୦ ଦଶନ୍ଧିରେ ଯେବେ ଆମେରିକାରେ ମଦ ଉପରେ ରୋକ୍ ଲଗାଯାଇଥିଲା, ସେହି ସମୟରେ ଲୋକେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ପାଇଁ ନୂତନ ନୂତନ ଉପାୟ ବାହାର କରିଥିଲେ। ଏଥିରୁ ହିଁ ଆଲକହଲ ମିଶ୍ରିତ ଚାର ପ୍ରଚଳନ ଆରମ୍ଭ ହୋଇଥିଲା ।
ଟି କକଟେଲ୍ସକୁ ନେଇ ଅଭିନବ ପ୍ରୟୋଗ ଜାରି
ସମଗ୍ର ଦୁନିଆରେ ମିକ୍ସୋଲୋଜିଷ୍ଟ ଏବଂ ବାରଟେଣ୍ଡର୍ସ ଆଲକହଲ ବିଶିଷ୍ଟ ଚା ସହିତ ଆଜି ବି ଲଗାତାର ପ୍ରୟୋଗ କରାଯାଉଛି। କ୍ଷୀର, ଆଇସ ଟି, ଲେମୋନେଡ ଆଦି ସହିତ ଟି କକଟେଲ୍ ପ୍ରସ୍ତୁତ କରାଯାଉଛି। ଏହାକୁ ଆର୍ଣ୍ଣଲ୍ଡ ପାମର କୁହାଯାଏ, ଯାହା ଜଣେ ପ୍ରସିଦ୍ଧ ଗୋଲଫରଙ୍କ ନାମରେ ଆଧାରିତ। ଏହି ନାମରେ ଏକ ନନ ଆଲକହଲ ଡ୍ରିଙ୍କ ମଧ୍ୟ ରହିଛି। ଏବେ ତ ହର୍ବାଲ ଚା ସହିତ ଆଲକହଲକୁ ମିଶାଇ ପ୍ରୟୋଗ କରାଯାଉଛି। ଚାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରାଯାଉଛି।
ଭାରତରେ କିଛି ଟି କକଟେଲ୍ସ ବହୁତ ପ୍ରସିଦ୍ଧ। ହ୍ଵିସ୍କି, ରମ, ଭୋଡକା, ସବୁ ପ୍ରକାରର ଆଲକହଲରୁ ଏହି ସବୁ ଟି କକଟେଲ୍ସ ପ୍ରସ୍ତୁତ କରାଯାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ମଦ ବ୍ୟତୀତ ଚା ପତି, ପାଣି, ମହୁ, ସିନାମନ ପାଉଡର, ଲେମନ ଜୁସ ଆଦିର ବ୍ୟବହାର କରାଯାଏ। ଭାରତୀୟ ବାର ଏବଂ ରେଷ୍ଟୁରାଣ୍ଟରେ ବହୁତ ଚାହିଦା ରହୁଥିବା ଡ୍ରିଙ୍କର ନାମ ହେଉଛି ଲଙ୍ଗ ଆଇଲାଣ୍ଡ ଆଇସ ଟି(LIIT)। ଏହା ଏକ ସାଧାରଣ କକଟେଲ୍। ଏହାକୁ ଟି କକଟେଲ୍ କୁହାଯାଏ ନାହିଁ, କାରଣ ଏଥିରେ ଚାର ବ୍ୟବହାର କରାଯାଏ ନାହିଁ। ଲିଟ୍ ତିଆରିରେ ପାଞ୍ଚ କିସମର ମଦ ଏବଂ କୋଲା ଡ୍ରିଙ୍କର ବ୍ୟବହାର କରାଯାଏ।

Get real time updates directly on you device, subscribe now.