fbpx

ସେକ୍ସ ସମୟରେ ୬୭ ବର୍ଷୀୟ ବୟସ୍କଙ୍କ ମୃତ୍ୟୁ, ବ୍ୟାଗରେ ପୂରାଇ ଶବକୁ ଫୋପାଡ଼ିଦେଲା ପ୍ରେମିକା

ନୂଆଦିଲ୍ଲୀ: ଗତ ସପ୍ତାହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତିଙ୍କ ଶବ ଜେପି ନଗର ଅଞ୍ଚଳର ରାସ୍ତାକଡ଼ରୁ ମିଳିଥିଲା । ୬୭ ବର୍ଷୀୟ ବୟସ୍କଙ୍କ ମୃତ୍ୟୁକୁ ନେଇ ପୋଲିସ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛି । ପୋଲିସର କହିବା ମୁତାବକ, ୧୭ ନଭେମ୍ବରରେ ଯେଉଁ ବ୍ୟକ୍ତିଙ୍କ ଶବ ମିଳିଥିଲା, ତାଙ୍କ ମୃତ୍ୟୁର ରହସ୍ୟ ସାମ୍ନାକୁ ଆସିଛି । ପୋଲିସର କହିବା ମୁତାବକ, ସେକ୍ସ ସମୟରେ ୬୭ ବର୍ଷୀୟ ବ୍ୟବସାୟୀଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପ୍ରେମିକା ଜଣକ ନିଜ ସ୍ୱାମୀ ଓ ଭାଇଙ୍କୁ ଡକାଇ ଶବକୁ ଏକ ବ୍ୟାଗରେ ପୂରାଇଥିଲା ଓ ଶେଷରେ ରାସ୍ତାକଡ଼ରେ ଫିଙ୍ଗିଦେଇଥିଲା । ବ୍ୟବସାୟୀଙ୍କ ଫୋନ୍ କଲ୍ ଯାଞ୍ଚ କରିବା ପରେ ଏପରି ଖୁଲାସା କରିଛି ପୋଲିସ ।

ପରିବାରରୁ ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀ ଜଣକ ନିଜ ବୋହୂ ଘରକୁ ଯାଉଥିବା କହି ବାହାରିଥିଲେ । କିନ୍ତୁ ଘରକୁ ନଫେରିବାକୁ ସେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଖୋଜାଖୋଜି ପରେ ତାଙ୍କ ଶବ ରାସ୍ତାକଡ଼ରୁ ପୋଲିସ ଜବତ କରିଥିଲା । ନମ୍ବର ଯାଞ୍ଚରୁ ଜଣାପଡିଲା କି, ସେ ଘରୁ ବାହାରିବା ପରେ ନିଜ ପ୍ରେମିକାଙ୍କ ଘରକୁ ଯାଇଥିଲେ ।

ସୂଚନା ମୁତାବକ, ୬୭ ବର୍ଷୀୟ ବ୍ୟବସାୟୀ ୩୫ ବର୍ଷର ଜଣେ ବିବାହିତ ମହିଳାଙ୍କ ସହ ତାଙ୍କ ସମ୍ପର୍କ ରଖିଥିଲେ । ୧୬ ନଭେମ୍ବରରେ ସେ ମହିଳାଙ୍କ ଘରକୁ ଯାଇଥିଲେ । ସେଠାରେ ଦୁହେଁ ସମ୍ବନ୍ଧ ରଖିଥିଲେ, କିନ୍ତୁ ଏହି ସମୟରେ ବ୍ୟବସାୟରୀଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ପ୍ରେମିକା ଡରିଯାଇଥିଲେ ଓ ସ୍ୱାମୀ-ଭାଇଙ୍କୁ ଡକାଇ ଶବକୁ ଫୋପାଡ଼ି ଦେଇଥିଲେ । ମାମଲାର ତଦନ୍ତ ଜାରି ଥିବାରୁ ମହିଳାଙ୍କ ପରିଚୟକୁ ଗୋପନୀୟ ରଖାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ ବାହାରକୁ ଆସିବ ।

Get real time updates directly on you device, subscribe now.