fbpx
BJD
BJD SKY
BJD SKY

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପେନସନ ଫଣ୍ଡରେ ସାମିଲ ପାଇଁ ମାସିକ ୧୫ ହଜାର ବେତନ ସୀମା ରଦ୍ଦ ହେଲା

ନୂଆଦିଲ୍ଲୀ: ୨୦୧୪ ବର୍ଷର କର୍ମଚାରୀ ପେନସନ (ସଂଶୋଧନ) ଯୋଜନାର ବୈଧତାକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ଏଥିସହିତ ପେନସନ ଫଣ୍ଡରେ ସାମିଲ ହେବା ପାଇଁ ମାସିକ ୧୫ ହଜାର ଟଙ୍କାର ବେତନ ସୀମାକୁ କୋର୍ଟ ରଦ୍ଦ କରିଦେଇଛନ୍ତି । ସର୍ବାଧିକ ପେନସନ ଯୋଗ୍ୟ ବେତନ (ମୂଳ ବେତନ ଓ ମହଙ୍ଗା ଭତ୍ତାକୁ ମିଶାଇ) ସୀମା ମାସିକ ୧୫ ହଜାର ରହିବା ନେଇ ୨୦୧୪ରେ ସଂଶୋଧନ କରାଯାଇଥିଲା । ଏହି ସଂଶୋଧନ ପୂର୍ବରୁ ସର୍ବାଧିକ ପେନସନ ଯୋଗ୍ୟ ବେତନ ସୀମା ମାସିକ ୬,୫୦୦ ଟଙ୍କା ରହିଥିଲା ।

ଶୁଣାଣି ଅବସରରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯେଉଁ କର୍ମଚାରୀମାନେ ପେନସନ ଯୋଜନାରେ ସାମିଲ ହେବାର ବିକଳ୍ପ ବ୍ୟବହାର କରିନାହାନ୍ତି, ସେମାନେ ଛଅ ମାସ ମଧ୍ୟରେ ଏହା କରିବାକୁ ପଡ଼ିବ । ଯେଉଁ ଯୋଗ୍ୟ କର୍ମଚାରୀମାନେ ଅନ୍ତିମ ତାରିଖ ସୁଦ୍ଧା ଯୋଜନାରେ ସାମିଲ ହୋଇପାରିନାହାନ୍ତି, ସେମାନଙ୍କୁ ଏକ ଅତିରିକ୍ତ ସୁଯୋଗ ଦେବା ଉଚିତ । କାରଣ କେରଳ, ରାଜସ୍ଥାନ ଓ ଦିଲ୍ଲୀର ହାଇକୋର୍ଟ ଯେଉଁ ନିଷ୍ପତ୍ତି ପାରିତ କରିଥିଲେ ସେଥିରେ ଏ ପ୍ରସଙ୍ଗରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନଥିଲା ।

୧୫ ହଜାର ଟଙ୍କାରୁ ଅଧିକ ବେତନ ଉପରେ କର୍ମଚାରୀଙ୍କୁ ୧.୧୬ ପ୍ରତିଶତ ଅତିରିକ୍ତ ଯୋଗଦାନ ଦେବାକୁ ପଡ଼ିବ । ଏହି ଅବସରରେ କୋର୍ଟ ୨୦୧୪ର ଯୋଜନାର ସର୍ତ୍ତକୁ ଅମାନ୍ୟ କରିଦେଇଥିଲେ । ନିଷ୍ପତ୍ତିର ଏହି ଭାଗକୁ ଛଅ ମାସ ପାଇଁ ନିଲମ୍ବିତ ରଖାଯିବ । କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ତିନି ରାଜ୍ୟର ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.