fbpx

ପରମବୀରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାର ଓ ସିବିଆଇକୁ ପଠାଗଲା ନୋଟିସ୍

ନୂଆଦିଳ୍ଲୀ: ପରମବୀର ସିଂହଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ । ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ । ଦେଶରେ ଭିତରେ ଥିବା ଜଣାଇବା ପରେ ଅନ୍ତରୀଣ ସୁରକ୍ଷା ଦିଆଯାଇଛି । ପରମବୀରଙ୍କ ଓକିଲ କହିଥିଲେ ଯେ, ସେ ଦେଶ ଭିତରେ ହିଁ ଅଛନ୍ତି, ୪୮ ଘଣ୍ଟା ମଧ୍ୟରେ ହାଜର ହୋଇପାରିବେ । ୪୮ ଘଣ୍ଟା ଭିତରେ ସିବିଆଇରେ ହାଜର ହୋଇପାରିବେ ବୋଲି ସେ କହିଥିଲେ । ଅନ୍ତରୀଣ ସୁରକ୍ଷା ସହିତ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୬ ତାରିଖରେ ହେବ ବୋଲି କୁହାଯାଇଛି ।

ପରମବୀରଙ୍କ ଓକିଲ ପୁନୀତ୍ ବାଲୀ ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲଙ୍କ ପୀଠକୁ କହିଛନ୍ତି ଯେ, ପରମବୀର ଦେଶରେ ହିଁ ଅଛନ୍ତି । ମୁମ୍ବାଇ ପୋଲିସ୍ ପକ୍ଷରୁ କଣ ସମସ୍ୟା ରହିଛି ସେ ସମ୍ପର୍କରେ ପଚରାଯିବାରୁ ତାଙ୍କ ଓକିଲ କହିଥିଲେ ଯେ, ପରମବୀରଙ୍କ ବିରୋଧରେ ଅନେକ ଏଫଆଇଆର୍ ରହିଛି । ତେଣୁ ତାଙ୍କ ଜୀବନରୁ ବିପଦ ଅଛି । ତେଣୁ ସେ ଲୁଚିଛନ୍ତି । ସେ ରାଜ୍ୟର ଗୃହମନ୍ତ୍ରୀଙ୍କ ବିରୋଧରେ ଷ୍ଟାଣ୍ଡ ନେଇଛନ୍ତି । ତେଣୁ ଏହି ମାମଲାର ଯାଞ୍ଚ, ସିବିଆଇକୁ ପଠାଯାଉ । ତାପରେ ହାଜର ହେବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.