fbpx

ପ୍ରାକୃତିକ ସମ୍ପଦର ହେବ ଅଡିଟ୍, ସିଏଜି ଗିରିଶଚନ୍ଦ୍ର ମୁର୍ମୁଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାକୃତିକ ସମ୍ପଦ ଓ ଲୋକାଲ୍ ବଡିର ଅଡିଟ୍ ହେବ । ଏନେଇ ଭୁବନେଶ୍ୱରରେ ସିଏଜି ଗିରିଶଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି । ଖଣିଗୁଡିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ସେନେଇ ଅଡିଟ୍ ହେବ । ଏହା ସହ କେତେ ଟଙ୍କା ଖର୍ଚ୍ଚ ହେଉଛି ଓ ସରକାରଙ୍କୁ କେତେ ଲାଭ ଦେଉଛି ସେନେଇ ଚାଲିବ ତର୍ଜମା । ଏ ସବୁର ଅଟିଡ ସିଏଜି କରିବ ବୋଲି ଗିରିଶଚନ୍ଦ୍ର କହିଛନ୍ତି ।

ଏହା ସହିତ ଲୋକାଲ ବଡିର ମଧ୍ୟ ଅଡିଟ୍ ହେବ । କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଦେଉଥିବା ଟଙ୍କାର ଅଡିଟ୍ ହେବ । ରାଜ୍ୟକୁ କେନ୍ଦ୍ର ଦେଉଥିବା ଟଙ୍କା କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ୍ କରିବ ସିଏଜି । ଲୋକାଲ ବଡିର ଅଡିଟ କରୁଥିବା ରାଜ୍ୟକୁ ସିଏଜି ସାହାର୍ଯ୍ୟ କରିବ । ତ୍ରୁଟି ଧରିବା ସହ ସୁଧାର ଲାଗି ସିଏଜି ସୁପାରିସ କରିବ ବୋଲି ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ।

Get real time updates directly on you device, subscribe now.