fbpx

ସିଏଏ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ତଲବ

ନୂଆଦିଲ୍ଲୀ,୨୨ ।୧: ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନପିଆର ଉପରେ ଏବେ ରୋକ୍ ଲାଗିବନି । ସିଏଏକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୨ ମାସ ପାଇଁ ସ୍ଥଗିତାଦେଶ ଦେବାକୁ ଦାବି କରିଛନ୍ତି କପିଲ ସିକଲ । ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ୨ ମାସ ଘୁଞ୍ଚାଇବା ଅର୍ଥ ରୋକ ଲଗାଇବା । ସାମ୍ବିଧାନିକ ପୀଠରେ ଏହି ମାମଲାର ଶୁଣାଣି ହେବା ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ମଧ୍ୟରେ ଜବାବ ତଲବ ରଖିବାକୁ କେନ୍ଦ୍ରକୁ ନୋଟିସ୍ ଦେଇଛନ୍ତିି ସୁପ୍ରିମକୋର୍ଟ । ଏହା ସହ ଆସାମ ଓ ତ୍ରିପୁରାର ତାଲିକା ମାଗିଛନ୍ତି ସୁପ୍ରିମକୋର୍ଟ । ତେବେ ସିଏଏକୁ ନେଇ ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ୧୪୦ ରୁ ଉର୍ଦ୍ଧ ଯାଚିକା ଆବେଦନ କରାଯାଇଥିଲା ।

Get real time updates directly on you device, subscribe now.