fbpx

ଜ୍ଞାନବାପୀ ମସଜିଦ୍ ମାମଲା: ସୁରକ୍ଷିତ ରହିବ ଶିବଲିଙ୍ଗ ସ୍ଥାନ, ମସଜିଦରେ ନମାଜ ପଢ଼ା ଜାରି ରହିବ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାଶୀ ଜ୍ଞାନବାପୀ ମସଜିଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ନିଜର ରାୟ ଶୁଣାଇଛନ୍ତି । ଯଦି ଏହି ସ୍ଥାନରେ କୌଣସି ଶିବଲିଙ୍ଗ ରହିଛି, ତେବେ ତାହାକୁ ସୁରକ୍ଷିତ ରଖିବା ଜରୁରୀ । ତେବେ ଏ କ୍ଷେତ୍ରରେ ମୁସଲିମମାନଙ୍କର ପ୍ରାର୍ଥନା କରିବାର ଅଧିକାର ପ୍ରଭାବିତ ହେବା ଅନୁଚିତ । ଯେଉଁସ୍ଥାନରୁ ଶିବଲିଙ୍ଗ ମିଳିଛି, ଉକ୍ତ ସ୍ଥାନକୁ ସୁରକ୍ଷିତ ରଖିବା ଓ ଲୋକଙ୍କୁ ନମାଜ ପଢ଼ିବାରୁ ନିବୃତ୍ତ ନ କରିବାକୁ ତଳ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଏନେଇ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି ଯେ, ହାତ ଓ ପାଦ ଧୋଇବା ସ୍ଥାନରୁ ଶିବଲିଙ୍ଗ ମିଳିଛି । ନମାଜ ପଢ଼ିବା ସ୍ଥାନ ଅଲଗା ହୋଇଥାଏ । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଏନେଇ ମୁସଲିମଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ସୁପ୍ରିମକୋର୍ଟ ବାରାଣାସୀର ଅଦାଲତଙ୍କୁ କୌଣସି ଆଦେଶ ଦେବା ଅନୁଚିତ ଥିଲା । ମସଜିଦ ପରିସରକୁ ସିଲ୍ କରିବା ଆଦେଶ ଦେବା ପରେ ଅନେକ ସ୍ଥାନରେ ଧାର୍ମିକ ଭାବନା ବଦଳିବାରେ ଲାଗିଛି । ଏହି ସିଲ୍ କରିବା ଆଦେଶନାମା ବିରୋଧରେ ୟାଚିକା ଦାୟର କରାଯାଇଛି ।

ତେବେ ଏହି ମାମଲା ଅବସରରେ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ’ ବୋର୍ଡ ନିଜର କାର୍ଯ୍ୟକାରୀ ବୋର୍ଡ ବୈଠକ ଡକାଇଛି । ସମସ୍ତ ସଦସ୍ୟଙ୍କୁ ଜୁମ୍ ମାଧ୍ୟମରେ ବୈଠକରେ ସାମିଲ ହେବାକୁ କୁହାଯାଇଛି । ଏହି ମିଟିଂରେ ଜ୍ଞାନବାପୀ, ଟିପୁ ସୁଲତାନ ମସଜିଦ ସମେତ ଦେଶର ବିଭିନ୍ନ ମାମଲା ଉପରେ ଚର୍ଚ୍ଚା କରାଯିବ । ଏଥିସହିତ ମୁସଲିମ ପର୍ସନଲ ଲ’ ବୋର୍ଡର ଭବିଷ୍ୟତ କାର୍ଯ୍ୟାନୁଷ୍ଠାନ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ।

Get real time updates directly on you device, subscribe now.