fbpx
BJD SKY
BJD SKY

ବଲିଉଡରେ ଏଣ୍ଟ୍ରି କରିବେ ଗବର: ଖୁବଶୀଘ୍ର ବଡ ପରଦାରେ ନଜର ଆସିବେ ଶିଖର ଧୱନ

BJD

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଟିମ ଇଣ୍ଡିଆର ଓପନର ଶିଖର ଧୱନ । କ୍ରିକେଟ ଜଗତରେ ଧମାଲ ମଚାଇବା ପରେ ଏବେ ବଲିଉଡରେ ବି ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ଗବର । ପୂର୍ବରୁ ମଜାଦାର ରିଲ୍ସ ଏବଂ ଭିଡିଓ କରି ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲେ ଧୱନ । ଏହାପରେ ତାଙ୍କର ଏହି ଟାଲେଣ୍ଟକୁ ସେ ନେଇ ବଲିଉଡରେ ମଧ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ।

ମିଳିତିବା ରିପୋର୍ଟ ଅନୁଯାୟୀ, ଏହି ଶିଖର ନିଜ ଶୁଟିଙ୍ଗ କାର୍ଯ୍ୟ ଶେଷ କରି ସାରିଛନ୍ତି । କିନ୍ତୁ ଏହି ଘଟଣାକୁ ଜାଣି ଜାଣି ଲୁଚାଇ ଦିଆଯାଇଛି । ଏକ ସିନେମାରେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସି ପାରନ୍ତି ଧୱନ । ଶିଖର କଳାକାରଙ୍କୁ ବେଶ ସମ୍ମାନ ଦିଅନ୍ତି ଏବଂ ଏହି ଭୂମିକା ପାଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ଭୂମିକା ପାଇଁ ଧୱନ ଉପଯୁକ୍ତ ବୋଲି ଚିନ୍ତା କରି ନିର୍ମାତା ତାଙ୍କୁ ଏହି ରୋଲ ଅଫର କରିଥିଲେ । ଖୁବ ଶୀଘ୍ର ଏହି ଚଳଚ୍ଚିତ୍ର ରିଲିଜ ହେବ ବୋଲି ଜଣାଯାଇଛି ।

ଟିମ ଇଣ୍ଡିଆର ଷ୍ଟାର ଓପନର ଶିଖର ଧୱନ ଏବେ ରେ ପଞ୍ଜାବ କିଙ୍ଗସ ତରଫରୁ ଖେଳୁଛନ୍ତି । ଜବରଦସ୍ତ ଫର୍ମରେ ଥିବା ଧୱନ ୧୩ ମ୍ୟାଚରୁ ୪୨୧ ରନ କରି ଅରେଞ୍ଜ କ୍ୟାପ ଦୌଡରେ ମଧ୍ୟ ସାମିଲ ହୋଇଛନ୍ତି । ଦଳର ପ୍ରଦର୍ଶନ ଖରାପ ରହିଥିଲେ ବି ଶିଖର ଧୱନଙ୍କ ବ୍ୟାଟ ଖୁବ ଜୋରରେ ଗର୍ଜୁଛି । ଫଳରେ ଚଳିତ ସିଜନରେ ୩ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ଗବର ।

Get real time updates directly on you device, subscribe now.