fbpx

ଓବିସି ଭୋଟ ବ୍ୟାଙ୍କ ଉପରେ ଏବେ କଂଗ୍ରେସ ନଜର, ଜାତିଭିତ୍ତିକ ଜନଗଣନା ଦାବି କରିବ ଦଳ

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ହାରିବା ପରେ କଂଗ୍ରେସ ରାଜସ୍ଥାନର ଉଦୟପୁରରେ ତିନି ଦିନିଆ ଚିନ୍ତିନ ଶିବିର ଆୟୋଜନ କରିଥିଲା। ଏଥିରେ ସମଗ୍ର ଦେଶରୁ କଂଗ୍ରେସର ବଡ ନେତା ଯୋଗ ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ୬ଟି ଗ୍ରୁପ ଗଠନ କରାଯାଇଥିଲା। ସମସ୍ତ ପ୍ରସ୍ତାବ ଉପରେ ମାନସ ମନ୍ଥନ ଡରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି କିଛି ଉପରେ ମୋହର ମାରିଛନ୍ତି। ତେବେ ଚିନ୍ତନ ଶିବିରରେ କଂଗ୍ରେସ ପ୍ରଥମ ଥର ଜାତିଗତ ଜଣଗଣନା ପକ୍ଷରେ ଯୁକ୍ତି ବାଢିଛି। ଏଥିରୁ ସ୍ପଷ୍ଟ ଯେ, ସଂପ୍ରତି କଂଗ୍ରେସର ନଜର ଓବିସି ଭୋଟ୍ ବ୍ୟାଙ୍କ ଉପରେ ରହିଛି।

କଂଗ୍ରେସ ପାର୍ଟି ତରଫରୁ କୁହାଯାଇଛି ଯେ, ୟୁପିଏ ସରକାର ଅମଳରେ ଜାତିକୁ ନେଇ ଜନଗଣନା କରାଯାଇଥିଲା। ବର୍ତ୍ତମାନର ସରକାର ଏହାକୁ ସାର୍ବଜନୀନ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହାର ଉଦ୍ଦେଶ୍ୟ ସରକାର ପଛୁଆ ଜାତିକୁ ସେମାନଙ୍କର ଅଧିକାରରୁ ବଞ୍ଚିତ ରଖିବାକୁ ଚାହୁଁଛି। ବର୍ତ୍ତମାନ କଂଗ୍ରେସ ଜାତିଗତ ଜନଗଣନା ତଥ୍ୟକୁ ସାର୍ବଜନୀନ କରିବା ପାଇଁ ସଂଘର୍ଷ କରିବ ଏବଂ ପଛୁଆ ଜାତିଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବ।

କଂଗ୍ରେସ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପାର୍ଟି ତରଫରୁ ଅଗଷ୍ଟ ମାସରୁ ଏହି ଅଭିଯାନ ଆରମ୍ଭ କରାଯିବ। କଂଗ୍ରେସ ନିଜ ଦଳ ଭିତରେ ବଡ ଧରଣର ପରିବର୍ତ୍ତନ କରିବାକୁ ସଂକଳ୍ପ ନେଇଛି। ଚିନ୍ତନ ଶିବିରରେ ପାରିତ ପ୍ରସ୍ତାବ ଅନୁଯାୟୀ, ପାର୍ଟିରେ ୫୦ପ୍ରତିଶତ ଯୁବ ବର୍ଗଙ୍କୁ ସ୍ଥାନ ମିଳିବ। ୫୦ ବର୍ଷରୁ କମ ବୟସର ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳରେ ସ୍ଥାନ ଦିଆଯିବ। ଏହି ସବୁ ପ୍ରସ୍ତାବ ୨୦୨୪ ଲୋକସଭା ନିର୍ବାଚନରେ ଲାଗୁ କରାଯିବ। ଏହା ବାଦ୍ ୫୦ ପ୍ରତିଶତ ଟିକେଟ୍ ୫୦ ବର୍ଷରୁ କମ ବୟସର ନେତାଙ୍କୁ ଦିଆଯିବ ବୋଲି ପାର୍ଟି କହିଛି।

Get real time updates directly on you device, subscribe now.