fbpx
BSKY SKY
BSKY SKY

ଗାଈକୁ ଆମେ ଭାରତରେ ପୂଜା କରୁଛେ, କିନ୍ତୁ ଏହି ସ୍ଥାନରେ ଏହା ଏକ ଭୟଙ୍କର ପଶୁ, ଜାଣନ୍ତୁ କେଉଁଠି

BSKY

ସାଧାରଣ ଭାବେ ଗାଈକୁ ଆମ ହିନ୍ଦୁ ସମାଜରେ ଗୋମାତା ଭାବେ ପୂଜା କରାଯାଏ । ପ୍ରତ୍ୟେକ ଦେବାଦେବୀଙ୍କ ପରି ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରି ସମ୍ମାନ ଦିଆଯାଇଥାଏ । ତେବେ ଆମ ବିଶ୍ୱରେ ଏପରି କିଛି ସ୍ଥାନ ଅଛି ଯେଉଁଠି ଗାଈକୁ ଗୋମାତା ନୁହେଁ ବରଂ ଏକ ଭୟଙ୍କର ପଶୁ ଭାବେ ବିବେଚନା କରାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

ଗାଈକୁ ଆମ ଦେଶରେ ଗୋମାତା ଭାବେ ପୂଜା କରାଯାଏ । କିନ୍ତୁ ଏପରି ଏକ ଦେଶ ରହିଛି ଯେଉଁଠାରେ ଗାଈମାନଙ୍କୁ ଲୋକମାନେ ଭୟଙ୍କର ପଶୁ ଭାବେ ମାନୁଛନ୍ତି । ବ୍ରିଟେନରେ ଗାଈକୁ ଏକ ବିପଜ୍ଜନକ ପଶୁ ଭାବେ ଗ୍ରହଣ କରାଯାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅତ୍ୟଧିକ ଓଜନ ସକାଶେ ସେଠାକାର ଲୋକମାନେ ଗାଈକୁ ଏକ ଭୟଙ୍କର ପଶୁ ବୋଲି ମାନିଥାନ୍ତି । ବ୍ରିଟେରେ ଏକ ଟନରୁ ଅଧିକ ଓଜନ ବିଶିଷ୍ଟ ଗାଈମାନଙ୍କୁ ବିପଜ୍ଜନକ ପଶୁ ବୋଲି ଗ୍ରହଣ କରାଯାଏ ।

ଅଧିକ ଓଜନଧାରୀ ପଶୁ ଯେକୌଣସି ଲୋକଙ୍କୁ ସହଜରେ ଆକ୍ରମଣ କରି ମାରି ଦେଇଥାଏ, ଏହା ବ୍ରିଟେନବାସୀଙ୍କ ମନରେ ଧାରଣା ରହିଛି । ଲଣ୍ଡନ ହେଲଥ ଆଣ୍ଡ ସେଫଟି ଏକଜିକ୍ୟୁଟିଭ (ଏଚଏସଇ)ର ରିପୋର୍ଟ ମୁତାବକ, ବିଗତ ୨୨ ବର୍ଷ ମଧ୍ୟରେ ବ୍ରିଟେନରେ ଗାଈ ଦ୍ୱାରା ୭୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି କାରଣରୁ ସେଠାରେ ଗାଈ ଏକ ବିପଜ୍ଜନକ ପଶୁ ତାଲିକାରେ ସାମିଲ ରହିଛି । ଏପରିକି କୁକୁର ଠାରୁ ମଧ୍ୟ ଗାଈ ଅଧିକ ଖତରନାକ ଅଟେ । ୨୦୦୫ ମସିହାରୁ ୨୦୧୩ ମସିହା ମଧ୍ୟରେ କୁକୁର ଆକ୍ରମଣ ଦ୍ୱାରା ମାତ୍ର ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅପରପକ୍ଷେ ଗାଈ ଆକ୍ରମଣ ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏହାଠାରୁ ବହୁତ ଅଧିକ ଅଟେ । ତେଣୁ ସର୍ବସାଧାରଣଙ୍କ ଯିବାଆସିବା ସ୍ଥାନରେ ଗାଈମାନଙ୍କୁ ନ ଛାଡ଼ିବାକୁ ଏଚଏସଇ ପକ୍ଷରୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଥାଏ ।

Get real time updates directly on you device, subscribe now.