fbpx

ପୁଣି ବଢିବ ଡିଜେଲ-ପେଟ୍ରୋଲ ଦର: ମହଙ୍ଗାରେ ରେକର୍ଡ କରିବା ପରେ ଏବେ ଦ୍ରୁତ ଗତିରେ ବଢିପାରେ ରେଟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରଠୁ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଛି । ତେବେ ପୁଣିଥରେ ସାଧାରଣ ଜନତା ଏବଂ ଗାଡିଚାଳକଙ୍କ ପାଇଁ ଚିନ୍ତାର କାରଣ ପାଲଟିପାରେ ତୈଳଦର । କିଛି ଦିନରୁ ଏହା ସ୍ଥିର ରହିଥିବା ବେଳେ ପୁଣିଥରେ ଏଥିରେ ମହଙ୍ଗା ମାଡ ହେବା ନେଇ ଆଶଙ୍କା କରାଯାଉଛି । କିନ୍ତୁ ଏଥର ପେଟ୍ରୋଲ ଅପେକ୍ଷା ଡିଜେଲର ମାଡ ଅଧିକ ରହିବ ବୋଲି ଅନୁମାନ କରାଯାଉଛି ।

ଖୁବଶୀଘ୍ର ବଢିବ ପେଟ୍ରୋଲ ଡିଜେଲ ଦର । ଏଥର ମଧ୍ୟ ହଠାତ ଏହି ଦରରେ ବୃଦ୍ଧି ନହୋଇ ଧିରେ ଧିରେ ଦରବୃଦ୍ଧି ଘଟିବ । ତେବେ ପୂର୍ବ ଅପେକ୍ଷା ଏଥର ପେଟ୍ରୋଲଠାରୁ ଅଧିକ ଦାମୀ ରହିବ ଡିଜେଲ । ଡିଜେଲ ଦରରେ ୩ ରୁ ୪ ଟଙ୍କା ବୃଦ୍ଧି ହେବାକୁ ଥିବା ବେଳେ ପେଟ୍ରୋଲରେ ୨-୩ଟଙ୍କା ବୃଦ୍ଧି ହୋଇପାରେ ବୋଲି ସରକାରୀ କମ୍ପାନୀମାନଙ୍କ ତରଫରୁ କୁହାଯାଇଛି । ପେଟ୍ରୋଲ ତୁଳନାରେ ଡିଜେଲରେ କମ୍ପାନୀ ଅଧିକ କ୍ଷତି ସହୁଥିବାରୁ ଏଥିରେ ସାମାନ୍ୟ ବୃଦ୍ଧି କରାଇବାକୁ ଚିନ୍ତା କରାଯାଉଛି । ତେବେ ଏ ନେଇ ଏବେ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ସୂଚନା ଅନୁଯାୟୀ, ଗତ ୪୦ ଦିନରୁ ସ୍ଥିର ରହିଛି ତୈଳଦର । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁଁ ନଭେମ୍ବରରୁ ତୈଳଦର ବୃଦ୍ଧି କରାଯାଇ ନଥିଲା । ଏହାପରେ ୨୨ ମାର୍ଚ୍ଚରୁ ଏପ୍ରିଲ ୬ ତାରିଖ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ୧୪ ଥର ବୃଦ୍ଧି ଘଟିଥିଲା । ତେବେ ଏପ୍ରିଲ ୬ ତାରିଖରୁ ତୈଳଦର ସ୍ଥିର ରହିଛି ।

Get real time updates directly on you device, subscribe now.