fbpx

୫୪ ଦିନରେ ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୧୮ା୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଛି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଆଜି ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଚାଷୀଙ୍କ ଟ୍ରାକ୍ଟର ରାଲି ନେଇ ଶୁଣାଣି କରିବେ । ଚାଷୀ ସଙ୍ଗଠନ ପକ୍ଷରୁ ଆସନ୍ତା ୨୬ ତାରିଖରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ହୋଇଛି ।

ଚାଷୀଙ୍କର ଏହି ଆନ୍ଦୋଳନ ଫଳରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଚାଷୀ ସଙ୍ଗଠନ ସାଧାରଣତନ୍ତ୍ର ଦିବସରେ ପରେଡ କରିବାକୁ ନିଷ୍ପତ୍ତି ନେଇଛି । କୃଷି ଆଇନ ପ୍ରତ୍ୟାହାର ନ ହେଲେ ଘରକୁ ଯିବାର ପ୍ରଶ୍ନ ଉଠୁନି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ଆଇନ ପ୍ରତ୍ୟାହାର ହେବ ନାହିଁ । ଦେଶର ଅଧିକାଂଶ ଚାଷୀ କୃଷି ଆଇନକୁ ସମର୍ଥନ କରୁଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ।

Get real time updates directly on you device, subscribe now.