fbpx

୨ୟ ଦିନରେ ରାଜ୍ୟର ୩୧,୯୦୧ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ

ଭୁବନେଶ୍ୱର,୧୮ ।୧(ଓଡିଶା ଭାସ୍କର): ରାଜ୍ୟରେ ପୁଣି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୨ୟ ଦିନରେ ୩୮୦ ସେସନରେ ୩୧,୯୦୧ ଜଣଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ତେବେ ଟିକାକରଣକୁ ନେଇ ବିଜୟ କହିଛନ୍ତି ଯେ, ‘ଆଜିଠାରୁ ୨୫ ତାରିଖ ଯାଏଁ ଟିକାକରଣ ହେବ ।୧୬୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ପୂର୍ବରୁ ୧୩ ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଛି । ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ସମୟର ଦୁଇ ଦିନ ପୂର୍ବରୁ ଏସଏମଏସ ଦ୍ୱାରା ଜଣାଇଦିଆଯିବ ।’

Get real time updates directly on you device, subscribe now.