fbpx

୧୪ ପୁରୁଷଙ୍କ ସହ ପତ୍ନୀ ରଖିଥିଲେ ଅବୈଧ ସମ୍ପର୍କ, ପତି ଜାଣିବା ପରେ ନେଲେ ଅଜବ ପଦକ୍ଷେପ

ପାରିବାରିକ କଳହ, ବିବାହ ବିଚ୍ଛେଦ, ଅବୈଧ ସମ୍ପର୍କ ଆଜିକାଲି ଯେପରି ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଉପରେ ଅସନ୍ତୁଷ୍ଟ ରହୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀଲୋକ ଜଣକ ଜଣେ ନୁହେଁ କି ଦୁଇଜଣ ନୁହେଁ, ୧୪ ଜଣ ପୁରୁଷଙ୍କ ଅବୈଧ ସମ୍ପର୍କ ସ୍ଥାପନ କରି ଆସୁଥିଲେ ।

ତେବେ ଏହି ଘଟଣା ସ୍ୱାମୀ ଜାଣିବା ପରେ ୧୪ ଜଣ ପୁରୁଷଙ୍କ ପାଖକୁ କୋର୍ଟ ନୋଟିସ ପଠାଇଛନ୍ତି । ନୋଟିସରେ ସ୍ୱାମୀ ଜଣକ ୧୦୦ କୋଟି ଟଙ୍କା ମାଗିଛନ୍ତି । ସେ ପେଶାରେ ଜଣେ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କ ହେତୁ ତାଙ୍କର ବୈବାହିକ ଜୀବନ ନଷ୍ଟ ହୋଇଛି । ତେଣୁ ସ୍ୱାମୀ ଜଣକ ନିଜ ଡ୍ରାଇଭର ସହାୟତାରେ ଉକ୍ତ ୧୪ ଜଣଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରି କୋର୍ଟର ଆଶ୍ରୟ ନେଇଥିଲେ । ତାଙ୍କର ସ୍ତ୍ରୀ ବିବାହ କରିଥିବା ଜାଣି ମଧ୍ୟ ସେମାନେ ତାଙ୍କ ସ୍ତ୍ରୀ ସହିତ ଗୋପନରେ ସମ୍ପର୍କ ରଖିଆସୁଥିଲେ । ଏହି ଘଟଣା ପରେ ତାଙ୍କର ସାମାଜିକ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି । ୧୪ ଜଣ ପୁରୁଷ ୨ ସପ୍ତାହ ମଧ୍ୟରେ ୧୦୦ କୋଟି ଟଙ୍କା ଭରଣା କରିବେ ବୋଲି ସ୍ୱାମୀ ଜଣକ କୋର୍ଟ ନୋଟିସରେ ଦାବି ରଖିଛନ୍ତି ।

Get real time updates directly on you device, subscribe now.