fbpx
BJD
BJD SKY
BJD SKY

ସୁପ୍ରିମକୋର୍ଟ ଓକିଲ ହେବେ PCBର ମୁଖ୍ୟ: ପାକିସ୍ତାନକୁ ମିଳିଲେ ଅଶରଫଙ୍କ ବିକଳ୍ପ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ପଦ ପାଇଁ ଶେଷ ହୋଇଛି ସନ୍ଧାନ ପ୍ରକ୍ରିୟା । ପୂର୍ବତନ ଚେୟାରମ୍ୟାନ୍ ଜକା ଅଶରଫଙ୍କ ବିକଳ୍ପ ଭାବରେ ନୂଆ ଅଧ୍ୟକ୍ଷଙ୍କୁ ଚୟନ କରିଛି ପାକିସ୍ତାନ ଦଳ । ବିଶ୍ୱକପ ପରାଜୟ ପରେ ପାକିସ୍ତାନର ଅଧିନାୟକ ଏବଂ ନିର୍ଦ୍ଦେଶକ ପରିବର୍ତ୍ତନ ହେବା ପରେ ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ ଜକା ଅଶରଫ । ବର୍ତ୍ତମାନ ଦଳର ନୂଆ ଚେୟାରମ୍ୟାନ ଭାବରେ ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଶାହ ଖାୱରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛି ପିସିବି ।

ଜକା ଅଶରଫଙ୍କ ଇସ୍ତଫା ପରେ ପାକିସ୍ତାନ ସୁପ୍ରିମକୋର୍ଟର ଓକିଲ ଶାହ ଖାୱରଙ୍କୁ ପାକିସସ୍ତାନ କ୍ରିକେଟ ବୋର୍ଡର ନୂଆ ଚେୟାରମ୍ୟାନ ପଦବୀରେ ନିଯୁକ୍ତ କରାଯାଇଛି । ଆଜିଠାରୁ ଜକା ଅଶରଫଙ୍କ ସ୍ଥାନରେ କାର୍ଯ୍ୟବାହକ ଚେୟାରମ୍ୟାନ ଭାବରେ ଦାୟିତ୍ୱ ସମ୍ଭାଳିବେ ଶାହ ଖାୱର । ପିସିବିର ସଂରକ୍ଷକ ଏବଂ ଦେଶର ପ୍ରଧାନମନ୍ତ୍ରୀ ଅନୱର ଉଲ୍-ହକ୍ କକ୍କଡ଼ ଜକା ଅଶରଫଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ।

ତେବେ ଖୁବଶୀଘ୍ର ପିସିବି ଚେୟାରମ୍ୟାନ ପଦ ପାଇଁ ସ୍ୱତନ୍ତ୍ର ଏବଂ ପାରଦର୍ଶୀ ଉପାୟରେ ନିର୍ବାଚନ କରିବା ମୋର ମୁଖ୍ୟ ଦାୟିତ୍ୱ ବୋଲି କହିଛନ୍ତି ଶାହ ଖାୱର । ଏହାପୂର୍ବରୁ ଶାହ ଖାୱର ପିସିବିର ନିର୍ବାଚନ ଆୟୋଗ ପଦବୀରେ ମଧ୍ୟ ଦାୟିତ୍ୱ ନେଇ ସାରିଛନ୍ତି । ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଶ୍ୱକପ ପରେ ପରେ ପାକିସ୍ତାନର ଅଦିନାୟକ ଦାୟିତ୍ୱରେ ଥିବା ବାବର ଆଜମଙ୍କୁ ପ୍ରତ୍ୟେକ ଫର୍ମାଟର ଅଧିନାୟକ ପଦରୁ ବାଦ୍ ଦେଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଏହା ପରେ ଶାହିନ୍ ଶାହା ଆଫ୍ରିଦିଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଥିବା ବେଳେ ଶାନ ମାସୁଦ ଟେଷ୍ଟ ଦଳର ଅଧିନାୟକ ପଦ ଗ୍ରହଣ କରିଛନ୍ତି। ତେବେ ଦଳର ନିର୍ଦ୍ଦେଶକ ଭାବରେ ମହମ୍ମଦ ହାଫିଜଙ୍କୁ ନିଯୁକ୍ତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.