fbpx

(Video)ଏକ ବୋର୍ଡରେ କ’ଣ ଏପରି ଲେଖିଦେଲେ ଯେ ବ୍ୟକ୍ତି ଗାର୍ଲଫ୍ରେଣ୍ଡ ସହ ଯାଉଥିବା ପ୍ରତି ପୁରୁଷ ପଇସା ଦେବାକୁ ବାଧ୍ୟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏ ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଟଙ୍କା ରୋଜଗାର କରିବାକୁ ଚାହେଁ ନାହିଁ । ପଇସା ହିଁ ମଣିଷର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ । ଏଣୁ ସମସ୍ତେ ଚାହାନ୍ତି କି ତାଙ୍କ ପାଖରେ ଅଧିକରୁ ଅଧିକ ପଇସା ରହୁ । ଏଥିପାଇଁ କିଛି ଲୋକ ଚାକିରୀ କରିଥାନ୍ତି ତ ଆଉ କିଛି ଲୋକ ବ୍ୟବସାୟ କରିଥାନ୍ତି । ଏପରିକି ପଇସା ରୋଜଗାର ପାଇଁ କିଛି ଲୋକ ଭିକ୍ଷାବୃତ୍ତି କରିିଥାନ୍ତି । କିନ୍ତୁ ଏଠି ଜଣେ ବ୍ୟକ୍ତି ପଇସା ରୋଜଗାର ଲାଗି ଏକ ଅଜବ ଉପାୟ ଆପଣାଇଛି ଯେଉଁଥିରେ କିଛି ନ କରି ବି ତାଙ୍କୁ ପଇସା ମିଳୁଛି ।
ଆପଣ ଜାଣିଛନ୍ତି କି ସବୁ ଝିଅ ଚାହାନ୍ତି ତାଙ୍କ ପାର୍ଟନର ତାଙ୍କୁ ସବୁଠାରୁ ସୁନ୍ଦର ବୋଲି କହୁ । ଝିଅଙ୍କର ଏହି ମାନସିକତାକୁ ଆଧାର କରି ପଇସା ରୋଜଗାରର ବେଶ୍ ସହଜ ଉପାୟ ବାହାର କରିଛନ୍ତି ଜଣେ ବ୍ୟକ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିବା ପରେ ଆପଣ ବ୍ୟକ୍ତିଙ୍କର ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିବେ ନାହିଁ ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଏକ ବୋର୍ଡ ହାତରେ ଧରି ରାସ୍ତାରେ ଛିଡା ହୋଇଛନ୍ତି । ଏହି ବୋର୍ଡରେ ଲେଖାଯାଇଛି କି ,’TIP ME IF YOUR GIRL IS HOT’ । ଅର୍ଥ ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ସୁନ୍ଦର ତେବେ ଆପଣ ମୋତେ ଟିପ୍ ଦିଅନ୍ତୁ । ଏହାପରେ ସେହି ବାଟ ଦେଇ ଏକ କପଲ ଯାଉଛନ୍ତି । ସେହି ବ୍ୟକ୍ତିଙ୍କୁ ପଇସା ଦେବାକୁ ମହିଳା ନିଜ ପାର୍ଟନରଙ୍କୁ କହୁଛନ୍ତି କିନ୍ତୁ ପ୍ରଥମେ ସେ ଏହାକୁ ନଜର ଅନ୍ଦାଜ କରିଦେଉଛନ୍ତି । କିନ୍ତୁ ଶେଷରେ ସେ ପଇସା ବାହାର କରି ବୋର୍ଡ ଧରିଥିବା ଯୁବକଙ୍କ ଆଡକୁ ଯାଉଥିବାର ଦେଖିବାକୁ ମିଳୁଛି । ଭିଡିଓଟିକୁ ଏକ୍ସରେ @Fun_Viral_Vids ନାମକ ପେଜ୍‌ରେ ସେୟାର କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଭିଡିଓକୁ ୭ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ୟୁଜର ଏହାକୁ ସଂପୃକ୍ତ ବ୍ୟକ୍ତିଙ୍କ ସ୍ମାର୍ଟ ମୁଭ୍ ବୋଲି କହିଛନ୍ତି ।

Get real time updates directly on you device, subscribe now.