fbpx
BJD SKY
BJD SKY

ଆନ୍ଦୋଳନ ପାଇଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ, ଓକିଲ-ପୋଲିସ ଧସ୍ତାଧସ୍ତି

BJD

ସମ୍ବଲପରୁ: ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନରେ ଉତ୍ତେଜନା ଦେଖାଦେଇଛି । ଆନ୍ଦୋଳନ ରତ ଓକିଲ ଓ ପୋଲିସଙ୍କ ମଧ୍ୟରେ ଧସ୍ତା ଧସ୍ତା ଦୃଶ୍ୟ ସାମ୍ନାକୁ ଆସିଛି । ଏଥିରେ ଆଇନଜୀବୀ ମାନଙ୍କ ଟେଣ୍ଟକୁ ଓପାଡ଼ି ଫିଙ୍ଗି ଦେଉଛନ୍ତି ପୋଲିସ ।

ସୂଚନା ମୁତାବକ, ସମ୍ବଲପୁର କଚେରି ଛକରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସେଠାରେ ଓକିଲମାନେ ଆନ୍ଦୋଳନ କରିଥିଲେ । ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଦାବି ଜଣାଇଥିଲେ ଓକିଲ ସଂଘ । ସେମାନଙ୍କ ଦାବି ପୁରଣ ନ ହେବା ପରେ ସେ ଆନ୍ଦୋଳନ ଜାରି ରଖିଥିଲେ ।

ଏହି ଆନ୍ଦୋଳନକୁ ନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲା ଯେ, ଆନ୍ଦୋଳନ ବନ୍ଦ କରି ନିଜ କାମକୁ ଫେରିଯିବା ପାଇଁ । ଯଦି ନ ଯାଇଛନ୍ତି ତେବେ ସେମାନଙ୍କ ଲାଇସେନ୍ସକୁ ରଦ୍ଧ କରିଦିଆଯିବ । ହେଲେ ଆଇନଜୀବୀ ମାନେ ନିର୍ଦ୍ଦେଶର ଅବମାନନା କରି ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ପୂର୍ଣ୍ଣବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ମାମଲାର ଆକ୍ସନ ନେଇଛି ପୁଲିସ । ଏହି ତୀବ୍ର ଆନ୍ଦୋଳନ ପରେ ଫେରିଯାଇଛନ୍ତି ବିଚାରପତି ।

Get real time updates directly on you device, subscribe now.