fbpx
BSKY
BJD MC SKY
BJD YOUTH SKY

ଜାତୀୟ ଜନଗଣନା ଉପରେ କୌଣସି ରୋକ ଲାଗି ପାରିବନି: ସରକାରଙ୍କୁ ନୋଟିସ ଦେଲେ SC

ନୂଆଦିଲ୍ଲୀ: ବିହାର ଜାତୀୟ ଜନଗଣନା ରିପୋର୍ଟକୁ ନେଇ ରୋକ ଲଗାଇବା ପାଇଁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ କୋର୍ଟ ବିହାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଜାନୁଆରୀ ସୁଦ୍ଧା ଏହାର ଉତ୍ତର ଦେବା ପାଇଁ କହିଛନ୍ତି ଅଦାଲତ । ବିହାର ସରକାର ନିଜ ସ୍ତରରେ ଜନଗଣନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏହା ବିରୋଧରେ କେନ୍ଦ୍ର ସରକାର ଯୁକ୍ତି କରିଥିଲେ ଯେ, ଜନଗଣନା ଉପରେ ସମସ୍ତ ପ୍ରକାର ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ପାଖରେ ରହିଛି । ରାଜ୍ୟ ସରକାର ଏହି ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ।

ଏ ନେଇ ଜଷ୍ଟିସ ସଞ୍ଜୟ ଖାନ୍ନା କହିଛନ୍ତି ଯେ, ବିହାର ସରକାର ଡାଟା ଜାରି କରି ସାରିଛନ୍ତି । ଏହି ମାମଲାରେବିସ୍ତୃତ ଆଦେଶ ଜାରି କରିଛନ୍ତି ହାଇକୋର୍ଟ । ଏହି ମାମଲା ପେଣ୍ଡିଙ୍ଗ ଥିବା ବେଳେ ବିହାର ସରକାର ଡାଟା ଜାରି କରିଥିବା କହିଛନ୍ତି ଆବେଦନକାରୀ ଓକିଲ । ବିହାର ଜାତି ଭିତ୍ତିକ ସର୍ଭେରେ ସଂଗୃହିତ ତଥ୍ୟ ଅପଲୋଡ୍ କରିବାକୁ ସୁପ୍ରିମକୋର୍ଟ ନିକଟରେ ମନା କରିଦେଇଥିଲେ। ଆବେଦନକାରୀ ଏହା ଦାବି କରିଥିଲେ ଯେ, ବିହାରର ନୀତିଶ ସରକାର ଲୋକମାନଙ୍କୁ ଜାତି ବିଷୟରେ ପ୍ରଶ୍ନ କରି ସେମାନଙ୍କ ମୌଳିକ ଅଧିକାର ଉପରେ ହସ୍ତକ୍ଷେପ କରିଛନ୍ତି । ଏପରିକି ଲୋକମାନଙ୍କୁ ସେମାନଙ୍କ ଜାତି ବିଷୟରେ କହିବା ପାଇଁ ଚାପଗ୍ରସ୍ତ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ସୁପ୍ରିମକୋର୍ଟ ଏହି ଦଲିଲକୁ ଖାରଜ କରିଛନ୍ତି ।

ଅଗଷ୍ଟ ୧ ତାରିଖରେ ସର୍ବେକ୍ଷଣ ବୈଧତାକୁ ସମର୍ଥନ କରିଥିଲେ ପାଟନା ହାଇକୋର୍ଟ । ତେବେ ଏଭଳି ସର୍ବେକ୍ଷଣ କରିବା ପାଇଁ ବିହାରର କୌଣସି ଅଧିକାର ନାହିଁ ବୋଲି ଆବେଦନକାରୀ ଯୁକ୍ତି କରିଥିଲେ । ଏହାକୁ କେନ୍ଦ୍ର ସରକାରଙ୍କ ଶକ୍ତି ଉପରେ ଦଖଲ କରିବାର ଏକ ପ୍ରାୟ ବୋଲି କୁହାଯାଇଥିଲା । ଏହି ସର୍ବେକ୍ଷଣ ଦ୍ୱାରା ସମ୍ବିଧାନର ଅନେକ ନିୟମ ତଥା ଆଇନ୍ ଭଙ୍ଗ ହୋଇଥିବା କହିଛନ୍ତି ଆବେଦନକାରୀ ।

Get real time updates directly on you device, subscribe now.