fbpx
BJD
BJD SKY
BJD SKY

ସ୍ୱାମୀ ସୀମାରେ ଲଢ଼େଇ କରୁଛି, ଏପଟେ ଅନ୍ୟ ପୁରୁଷ ସହିତ ହୋଟେଲ୍ ଯାଉଛି ସ୍ତ୍ରୀ; ମାମଲାକୁ ନେଇ ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଆଇଟିବିପି ଯବାନଙ୍କ ପତ୍ନୀଙ୍କ ଆବେଦନର ଶୁଣାଣି କରି କହିଛନ୍ତି ଯେ, ସେପଟେ ସୀମାରେ ସ୍ୱାମୀ ମୁତୟନ ହୋଇଛି ଓ ଆପଣ ଅନ୍ୟ ପୁରୁଷ ସହ ହୋଟେଲ ଯାଉଛନ୍ତି । ମହିଳାଙ୍କୁ କୋର୍ଟ କଡ଼ା ଫଟକାର୍ ଲଗାଇ ଦୁଷ୍କର୍ମ ଅଭିଯୁକ୍ତର ଜାମିନକୁ ଖାରଜ କରିଦେଇଛନନ୍ତି । ସୁପ୍ରିମକୋର୍ଟ ମହିଳାଙ୍କ ଆବେଦନକୁ ଖାରଜ କରି ରାଜସ୍ଥାନ ହାଇକୋର୍ଟର ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ଖଣ୍ଡନ କରିଛନ୍ତି । ଅଦାଲତ କହିଛନ୍ତି ଯେ, ଏହି ଦୁଷ୍କର୍ମ ନୁହେଁ ବରଂ ସହମତି ସମ୍ବନ୍ଧ ଅଟେ ।

ଜଷ୍ଟିସ୍ ଡିୱରାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପୀଠ କହିଛନ୍ତି ଯେ, ନିଜ ପିଲାମାନଙ୍କୁ ଘରେ ଛାଡ଼ି ଆପଣ ପାଖ ସହରର ହୋଟେଲରେ ଅଲଗା ରୁମ୍ ନେଇ ସ୍ୱାମୀର ଟଙ୍କାକୁ ଉଡାଇଲ । ଅନ୍ୟପଟେ ସୀମାରେ ମୁତୟନ ହୋଇଥିବା ସ୍ୱାମୀକୁ ବି ଜଣାନଥିବ ଯେ, ସ୍ତ୍ରୀ ଟଙ୍କା ସବୁକୁ ନେଇ କିପରି ବ୍ୟବହାର କରୁଛି ।

ଚାର୍ଜସିଟରୁ, ଜଣାପଡ଼ିଛି ଯେ, ଏହି ମାମଲା ସହମତି ସମ୍ବନ୍ଧ ଅଟେ । ତେଣୁ, ଗତବର୍ଷ ଡିସେମ୍ବର ୨ ତାରିଖର ହାଇକୋର୍ଟଙ୍କ ନିଷ୍ପତ୍ତିରେ ଆମେ ହସ୍ତକ୍ଷେପ କରିବୁ ନାହିଁ। ଅଧିବକ୍ତା ଆଦିତ୍ୟ ଜୈନ ଜରିଆରେ ଦାଖଲ ହୋଇଥିବା ପିଟିସନରେ ମହିଳା ଜଣକ କୋର୍ଟଙ୍କୁ କହିଥିଲେ ଯେ ଅଭିଯୁକ୍ତ ତାଙ୍କୁ ଅନେକ ଥର ବଳାତ୍କାର କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ବ୍ଲାକମେଲ କରି ଟଙ୍କା ମଗାଯାଉଛି ।

ଏହି ପରିପ୍ରେକ୍ଷୀରେ ସେ ଏକ ବ୍ୟାଙ୍କ ଷ୍ଟେଟମେଣ୍ଟ୍ ବି ଦାଖଲ କରି କହିଛନ୍ତି ଯେ ପୀଡିତାଙ୍କଠାରୁ ଟଙ୍କା ନେବା ଉପରେ ହାଇକୋର୍ଟ ଧ୍ୟାନ ଦେଇନାହାଁନ୍ତି ଏବଂ ଚାର୍ଜସିଟ୍ ଦାଖଲ ହୋଇଛି ବୋଲି କହି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବଳାତ୍କାର ଏବଂ ଏସସି-ଏସଟି ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ତାଙ୍କୁ ଦିଆଯାଇଥିବା ଜାମିନ ବାତିଲ କରିବାକୁ ମହିଳା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ।

 

Get real time updates directly on you device, subscribe now.