“ଗଛ କାଟିବା, ମଣିଷକୁ ହତ୍ୟା କରିବାଠାରୁ ବି ବଡ଼ ଅପରାଧ”, ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି

ଗଛ କାଟିବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାଣନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏହି ନିର୍ଦ୍ଦେଶରେ ସେ କହିଛନ୍ତି ଯେ, ବହୁ ସଂଖ୍ୟାରେ ଗଛଗୁଡ଼ିକୁ କାଟିବା, କୌଣସି ମଣିଷର ହତ୍ୟା କରିବା ଠାରୁ ବି ବଡ଼ ଅପରାଧ।

ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ କୌଣସି ପ୍ରକାରେ ଛଡ଼ା ଯାଇପାରିବ ନାହିଁ ଏବଂ ବେଆଇନ ଭାବେ କଟାଯାଉଥିବା ପ୍ରତ୍ୟେକ ଗଛ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ବିଚାରପତି ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂଇଁଆଙ୍କ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ, ବିନା ଅନୁମତିରେ ଗଛ କାଟୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କୋର୍ଟ ୪୫୪ ସଂରକ୍ଷିତ ଗଛର ବେଆଇନ ଭାବେ କାଟୁଥିବା ଲୋକଙ୍କର ଅବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିସହ ସେମାନଙ୍କର ଜରିମାନାକୁ କମ କରିବାକୁ ମନା କରିଦେଇଛନ୍ତି।

ଗଛକୁ ପୁନର୍ଜୀବିତ କରିବାରେ ଲାଗିବ ୧୦୦ ବର୍ଷ: କୋର୍ଟ କହିଛନ୍ତି ଯେ, “ପରିବେଶ ମାମଲାରେ କୌଣସି ଦୟା ନାହିଁ। ୪୫୪ ଗଛରୁ ନିର୍ମିତ ସବୁଜ କ୍ଷେତ୍ରକୁ ପୁନର୍ଜୀବିତ କରିବାରେ ପାଖାପାଖି ୧୦୦ ବର୍ଷ ଲାଗିବ।”

ବନ ବିଭାଗ ନେବ ଆଇନଗତ କାର୍ଯ୍ୟାନୁଷ୍ଠାନ: ସିଇସି ରିପୋର୍ଟ କହିଛି ଯେ, ଏହି ୪୫୪ ଗଛ ୧୮ ଡିସେମ୍ବର ରାତି ବୃନ୍ଦାବନ ଚଟିକରା ରୋଡ ସ୍ଥିତ ଡାଲମିୟା ଫାର୍ମରେ କଟା ଯାଇଥିଲା। ଏଥିରେ ୩୨ଟି ଗଛ ସଂରକ୍ଷିତ ବନ କ୍ଷେତ୍ରରେ ଥିଲା।

କୋର୍ଟ ୟୁପି ବୃକ୍ଷ ସଂରକ୍ଷଣ ଅଧିନିୟମ, ୧୯୭୬ ଏବଂ ଭାରତୀୟ ବନ ଅଧିନିୟମ, ୧୯୭୨ ଅନୁଯାୟୀ, ଦୋଷୀମାନଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି।