fbpx
BJD
BJD SKY
BJD SKY

ବାବା ରାମଦେବଙ୍କୁ ସୁପ୍ରିମ ଝଟ୍‌କା, ଏବେ ଯୋଗ ଶିବିର ଲାଗି ଭରିବାକୁ ହେବ ସର୍ଭିସ୍ ଟ୍ୟାକ୍ସ

ନୂଆଦିଲ୍ଲୀ:ସୁପ୍ରିମକୋର୍ଟରୁ ଯୋଗଗୁରୁ ବାବା ରାମଦେବଙ୍କୁ ବଡ ଝଟକା ଲାଗିଛି । ଏଣିକି ବାବା ରାମଦେବ ତାଙ୍କ ଯୋଗ ଶିବିର ଲାଗି ସର୍ଭିସ୍ ଟ୍ୟାକ୍ସ ପଇଠ କରିବେ । ସ୍ୱାମୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂସ୍ଥା ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ଏବେ ସର୍ଭିସ୍ ଟ୍ୟାକ୍ସ ଅର୍ଥାତ୍ ସେବା ଶୁଳ୍କ ଭରିବାକୁ ହେବ । ସୁପ୍ରିମକୋର୍ଟ ବିଚାରପତି ଅଭୟ ଏମ୍ ଓକ୍ ଓ ବିଚାରପତି ଉଜ୍ଜ୍ୱଳ ଭୂୟାଁଙ୍କ ପୀଠ ସର୍ଭିସ୍ ଟ୍ୟାକ୍ସ ଅପିଲେଟ୍ ଟ୍ରାଇବୁନାଲର ନିଷ୍ପତ୍ତିକୁ କାଏମ ରଖିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ସର୍ଭିସ୍ ଟ୍ୟାକ୍ସ ଅପିଲେଟ୍ ଟ୍ରାଇବୁନାଲ ଏହାର ନିଷ୍ପତ୍ତିରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ଏହାର ଆବାସିକ ଓ ଅଣଆବାସିକ ଯୋଗ ଶିବିର ଆୟୋଜନ ଲାଗି ସର୍ଭିସ୍ ଟ୍ୟାକ୍ସ ଭରିବା ଅନିବାର୍ଯ୍ୟ ବୋଲି କହିଥିଲେ ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ସ୍ୱାମୀ ରାମଦେବଙ୍କ ଯୋଗ ଶିବିର ଲାଗି ପ୍ରବେଶ ଶୁଳ୍କ ନେଇଥାନ୍ତି । ସୁପ୍ରିମକୋର୍ଟ ବିଚାରପତି ନିଜ ନିଷ୍ପତ୍ତିିରେ କହିଛନ୍ତି ସର୍ଭିସ୍ ଟ୍ୟାକ୍ସ ଅପିଲେଟ୍ ଟ୍ରାଇବୁନାଲ ଠିକ୍ କହିଛନ୍ତି । ଆମର ଟ୍ରାଇବୁନାଲ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ । ଏଣୁ ପତଞ୍‌ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଉଛି ।

Get real time updates directly on you device, subscribe now.