fbpx

WhatsAppରେ ନମ୍ବର ନ ଦେଇ ବି ସେୟାର କରିପାରିବେ ଫାଇଲ, ଆସୁଛି People Nearby ଫିଚର

ନୂଆଦିଲ୍ଲୀ: ଆଜିର ସମୟରେ ସ୍ମାର୍ଟଫୋନ ଏକ ଆବଶ୍ୟକୀୟ ଡିଭାଇସରେ ପରିଣତ ହୋଇଛି । ସ୍ମାର୍ଟଫୋନ ସହ ହ୍ୱାଟ୍ସଆପର ମଧ୍ୟ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । କୋଟି କୋଟି ଲୋକେ ଦୈନନ୍ଦିନ ଇନଷ୍ଟାଣ୍ଟ ମେସେଜିଙ୍ଗ, ଭଏସ କଲିଂ, ଫାଇଲ୍ସ ସେୟାରିଂ ପାଇଁ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି । ଏହି କାରଣରୁ କମ୍ପାନୀ ଲୋକଙ୍କୁ ଅନେକ ସୁବିଧାମାନ ଦେବା ଲାଗି ନୂଆ ନୂଆ ଫିଚର୍ସ ଆଣୁଛି ।

ହ୍ୱାଟ୍ସଆପ ନିଜ ପ୍ଲାଟଫର୍ମକୁ ଅପଗ୍ରେଟ କରିବା ଲାଗି ଅନେକ ଫିଚର୍ସ ଉପରେ କାର୍ଯ୍ୟ କରୁଛି । ଏକ ରିପୋର୍ଟରେ ମେଟାର ଏହି କମ୍ପାନୀର ଏକ ନୂଆ ଅପକମିଙ୍ଗ ଫିଚର ବିଷୟରେ ଜଣାପଡିଛି । ଯଦି ଆପଣ ହ୍ୱାଟ୍ସଆପରେ ଅଧିକ ଫାଇଲ ସେୟାର କରୁଛନ୍ତି ତେବେ ଆପନଙ୍କୁ ଏହି ଫିଚର ଅନେକ ସାହାଯ୍ୟ କରିବ ।

ଖୁବ ଶୀଘ୍ର ହ୍ୱାଟ୍ସଆପ ୟୁଜର୍ସଙ୍କୁ People Nearby ନାମକ ଏକ ଫିଚର ମିଳିପାରେ । ଏହି ଫିଚରର ସବୁଠାରୁ ବଡ଼ ଫାଇଦା ହେବ ଯେ, ଆପଣ ବିନା ନମ୍ବର ଦେଇ କୌଣସି ମଧ୍ୟ ଫାଇଲ୍ସ ସେୟାର କରିପାରିବେ । ଏହି ପରି ହ୍ୱାଟ୍ସଆପର ଏହି ଅପକମିଙ୍ଗ ଫିଚରକୁ ପ୍ରାଇଭେସି ମେଣ୍ଟେନ କରିବାର ମଧ୍ୟ ସୁଯୋଗ ମିଳିବ ।

କମ୍ପାନୀର ପ୍ରତ୍ୟେକ ଅପକମିଙ୍ଗ ଫିଚର ବିଷୟରେ ନଜର ରଖୁଥିବା ୱେବସାଇଟ ବାବେଟାଇଫୋକୁ ସୂଚନା ଦିଆଯାଏ । ବାବେଟାଇଫୋ ଅନୁସାରେ ଗୁଗୁଲ ପ୍ଲେ ଷ୍ଟୋରରେଥିବା WhatsApp beta for Android 2.24.9.22 ଭର୍ଜନରେ ହ୍ୱାଟ୍ସଆପର People Nearby ଫିଚର ବିଷୟରେ ଖୁଲାସା ହୋଇଛି । ଏହି ଫିଚରରେ ଆପଣ ଯେକୌଣସି ନମ୍ବର ସେଭ କରିବା ବିନା ବା ବିନା କୌଣସି ନମ୍ବର ଦେଇ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟସ ପରି ପାଇଲ୍ସ ସେୟାର କରିପାରିବେ ।

Get real time updates directly on you device, subscribe now.