fbpx

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ, ୧୭ା୨: ସୁପ୍ରିମକୋର୍ଟ ଆଜି ସେନାରେ ମହିଳା ଅଧିକାରୀଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ହେବ । ସ୍ଥାୟୀ କମିଶନ ନେଇ ସୁପ୍ରିମକୋର୍ଟ ମଞ୍ଜୁରି କରିଛନ୍ତି । ସେନାରେ ଏବେ କମାଣ୍ଡିଂ ଅଫିସର ହୋଇପାରିବେ ମହିଳା । ଏହାସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ୩ମାସର ମହଲତ ଦେଇଛନ୍ତି ସୁପ୍ରିମକୋର୍ଟ । ପୁରୁଷଙ୍କ ସହିତ ମହିଳା କାନ୍ଧ ମିଳାଇ କାମ କରୁଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୁରୁଷଙ୍କ ଭଳି ମହିଳାଙ୍କୁ ବି ସମାନ ଅଧିକାର ମିଳୁ ବୋଲି କହିଛନ୍ତି । ଶେଷକୁ କେନ୍ଦ୍ର ସରକାର ମାନସିକତାରେ ପରିବର୍ତ୍ତନ ଆଣନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Get real time updates directly on you device, subscribe now.