fbpx

ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ:ଖାରଜ ହେଲା ସବୁ ଯାଚିକା

ନୂଆଦିଲ୍ଲୀ: ବିମୁଦ୍ରିକରଣକୁ ନେଇ ସୁପ୍ରିମକୋର୍ଟର ବଡ ରାୟ । କହିଲେ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା । ଏହା ସହିତ ସମସ୍ତ ଯାଚିକା କୁ ଖାରଜ କରିଲେ ସୁପ୍ରିମକୋର୍ଟ । ସୂଚନାମୁତାବକ ଶୀତ ଅବକାଶ ପରେ ପ୍ରଥମ ଦିନରେ ଏହି ଶୁଣାଣି ହେଇଛି । ସୁପ୍ରିମକୋର୍ଟର ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୂଚନାମୁତାବକ ୨୦୧୬ରେ ହୋଇଥିବା ନୋଟବନ୍ଦୀକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ୨୦୧୬ ପରଠାରୁ ଏହା ମଧ୍ୟରେ ୫୮ଟି ୟାଚିକା ଦାୟର ହୋଇ ସାରିଛି । ଏହା ଉପରେ ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ ।

ତେବେ କିଛି ପିଟିସନ ରେ ବିମୁଦ୍ରୀକରଣର ବୈଧତାକୁ ଚାଲେଞ୍ଜ କରାଯାଇଥିବା ବେଳେ ଆଉ କିଛି ପିଟିସନ ରେ ବଦଳ କରାଯାଇନଥିବା ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ କୁ ବଦଳାଇବା ବ୍ୟବସ୍ଥା କରିବାଲାଗି ଅନୁରୋଧ କରାଯାଇଥିଲା । ଏହାପୂର୍ବରୁ ଡିସେମ୍ବର ୭, ୨୦୨୨ ରେ ସରକାର ୨୦୧୬ ର ନିଷ୍ପତ୍ତି ସହ ଜଡିତ ରେକର୍ଡ ପ୍ରସ୍ତୁତ କରିବାକୁ କେନ୍ଦ୍ର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ରାୟ ସଂରକ୍ଷଣ କରିଥିଲେ। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ଜଷ୍ଟିସ୍ ବିଆର ଗାଭାଇ, ଏସ୍ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ୍ ଏବଂ ବି.ଭି ନାଗରନ ମଧ୍ୟ ରହିଥିଲେ ।

ସୂଚନାମୁତାବକ ୨୦୧୬ରେ ନରେନ୍ଦ୍ର ମୋଦୀ ସରକାର ଦେଶରେ ନୋଟବନ୍ଦୀ ଘୋଷଣା କରିଥିଲେ । ଏହାପରେ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହା ନିଷ୍ପତ୍ତିକୁ ନେଇ ଦେଶର ଜନତାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହି କାରଣକୁ ନେଇ ନୋଟବନ୍ଦୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ୟାଚିକା ଦାୟର ହୋଇଥିଲା ।ଏବେ ଏହି ସବୁ ଯାଚିକା କୁ ଖାରଜ କରାଯାଇଛି ।

Get real time updates directly on you device, subscribe now.