fbpx
BSKY
BJD MC SKY
BJD YOUTH SKY

ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଏହା ସର୍ବନିମ୍ନ ,କେନ୍ଦ୍ର ଉପରେ ହାବି ହେଉଛି ନବୀନଙ୍କ ସୁପରିଚାଳିତ ମଡେଲ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ନୀତି ଆଉ ଆଦର୍ଶର ଡେଙ୍ଗୁରା ସାରା ଦେଶରେ ବାଜୁଛି । ଯାହା ପାଇଁ ଓଡିଶା ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠିତ ହୋଇ ପାରୁଛି । କେବଳ ଏତିକି ନୁହେଁ ଶିକ୍ଷା, କ୍ରୀଡା,ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଓଡିଶାକୁ ବିକାଶର ପଥରେ ଆଗେଇ ନେବାରେ ସୁପ୍ରିମୋଙ୍କର ପ୍ରଚେଷ୍ଟା କହିଲେ ମଧ୍ୟ ସରିବ ନାହିଁ । ବିକାଶର ସୋତ୍ରରେ ମହିଳାମାନଙ୍କୁ ଯୁବାମାନଙ୍କୁ ଯୋଡିବା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ଏବଂ ମୂଳ ଲକ୍ଷ୍ୟ ।

ସେଣ୍ଟରଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଡିସେମ୍ବର ମାସରେ ଦେଶରେ ବେକାରୀ ସମସ୍ୟା ହାର ୮.୩ ପ୍ରତିଶତ ରହିଥିବା ବେଳେ, ଓଡିଶାରେ ଏହାର ମାତ୍ରା ୦.୯ ପ୍ରତିଶତ ରହିଛି । କେବଳ ଏତିକି ନୁହେଁ ସାରା ଦେଶର ସର୍ବ ନିମ୍ନ ବେକାରୀ ହାର ଓଡିଶାରେ ରହିଛି ।
ଯେଉଁଠାରେ ଦେଶରେ ଏହି ସବୁ ସମସ୍ୟା ବୃଦ୍ଧି ଘଟୁଛି କିନ୍ତୁ ନବୀନ ଶାସନରେ ଓଡିଶାରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଯେଉଁଭଳି ଭାବେ ଗତ ମାର୍ଚ୍ଚ ମାସରେ ଓଡିଶାରେ ବେକାରୀ ହାର ସର୍ବନିମ୍ନ ରହିଥିଲା ଡିସେମ୍ବର ମାସରେ ମଧ୍ୟ ସେହି ଭଳି ସବୁ ଠାରୁ କମ ରହିଛି । ନବୀନଙ୍କ ମଡେଲ ଅନୁକରଣ କରି ଆଜି ସାରା ଓଡିଶା ଦେଶରେ ସୁନାମ ଅର୍ଜ୍ଜନ କରିପାରୁଛି ।

ସହରାଞ୍ଚଳରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳରେ ଏହାର ଠିକ ବିପରୀତ ହେଉଛି । ଯୁବ ବର୍ଗମାନଙ୍କ ପାଇଁ ବିଭିନ୍ନ ବିଭିନ୍ନ କର୍ମ ନିଯୁକ୍ତିର ଯୋଜନା କରୁଛନ୍ତି ସୁପ୍ରିମୋ । ଯାହା ପାଇଁ ସାରା ଦେଶରେ ଓଡିଶା ଏକ ସୁପରିଚାଳନ ରାଜ୍ୟଭାବେ ଉଭା ହୋଇଛି ।

ଆପଣ ଦେଖିଥିବେ ଅନେକ ସମୟରେ ବିରୋଧୀ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥାଆନ୍ତି କିନ୍ତୁ ଏହି ରିପୋର୍ଟ ଏବେ ବିରୋଧର ମାନଙ୍କର ସ୍ୱରକୁ ଚୁପ କରାଇଛି ।

ରାଜ୍ୟ ସରକାରଙ୍କ ଅନେକ ଯୋଜନା ଏବଂ ସ୍କିମ ରହିଛି ଯାହା କେନ୍ଦ୍ର ସରକାରଙ୍କ ସ୍କିମ ସହିତ ମଧ୍ୟ କଡା ଟକ୍କର ଦେଉଛି । ବିଜୁ ସ୍ୱାସ୍ଥ୍ୟ କାର୍ଡ ସାହାର୍ଯ୍ୟରେ ଓଡିଶାବାସୀଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ମିଳୁଛି । ମିଶନ ଶକ୍ତିରେ ମାଆ ମାନେ ସ୍ୱାବଲମ୍ବୀ ହେଉଛନ୍ତି । ଏହା ଭିତରେ ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ଦେଶ ପାଇଁ ଏକ ରୋଲ ମଡେଲ ହୋଇ ପାରିଛି । ପ୍ରତିବର୍ଷ ଅନେକ ବିପର୍ଯ୍ୟୟ ଦେଇ ଓଡିଶାକୁ ଗତିକରିବାକୁ ପଡେ ଆଉ ଏହି ସବୁ ପ୍ରଭାବ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦିଏ । ଏହାବାଦ ମଧ୍ୟ ରାଜ୍ୟରେ କୌଣସି ବଜେଟରେ ଅସୁବିଧା ହୁଏ ନାହିଁ । କିଭଳି ରାଜ୍ୟରେ ବେକାରୀ ସମସ୍ୟା ଦୂର ହେବ ଏହାକୁ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା, ନୂଆ ପ୍ଲାନ କରିଥାଆନ୍ତି ।ଏହାରୁ ଏକ ବଡ ଉଦାହରଣ ହେଉଛି ମେକ ଇନ ଓଡିଶା କନକ୍ଲେଭ । ଯାହା ଜରିଆରେ ଓଡିଶାରେ କିଭଳି ପୁଞ୍ଜିନିବେଶ ହୋଇ ପାରିବ, କିଭଳି ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇ ପାରିବ ସେହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅନବରତ ପ୍ରୟାସ କରିଚାଲିଛନ୍ତି । ଯାହାର ଫଳ ସ୍ୱରୁପ ଚଳିତ ଥର ତୃତୀୟ ଥର ପାଇଁ ମେକ ଇନ ଓଡିଶା କନକ୍ଲେଭ ଆୟୋଜିତ କରିଥିଲା ଓଡିଶା । ଓଡିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଇନ୍ଭେଷ୍ଟର୍ସ ମିଟ୍’ ରେ ଯୋଗଦେଇଥିଲେ । ସେଠାରେ ସେ ଇନଭେଷ୍ଟର ମାନଙ୍କ ସହିତ ସାକ୍ଷାତ କରିଥିଲେ ପୂଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଓଡ଼ିଶାରେ କିପରି ଶିଳ୍ପାୟନ ହେବା ସହ ରୋଜଗାର ସୃଷ୍ଟି ହେବ ଏହି ଦିଗରେ ସର୍ବଦା ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଚେଷ୍ଠା ଜାରି ରଖିଛନ୍ତି ।

ଓଡିଶା ଯେଉଁଭଳି ଭାବରେ ସବୁ ସମସ୍ୟାର ସମଧାନ କରୁଛି ପରବର୍ତ୍ତି ସମୟରେ ଏହା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ସର୍ବୋଚ୍ଚ ମଡେଲରେ ପରିବର୍ତ୍ତନ ହେଉଛି । ସେ କୋଭିଡ ପରିଚାଳନା ହେଉ ଅବା ବର୍ତ୍ତମାନ ସମୟରେ ନିଯୁକ୍ତି ସୁଯୋଗ ଏବଂ କର୍ମ ନିଯୁକ୍ତି ପ୍ରଦାନ କରିବା ସବୁ ଥିରେ ନବୀନଙ୍କ ପ୍ରୟାଶ ଓଡିଶାକୁ ଜାତୀୟ ସ୍ତରରେ ବହୁ ପ୍ରଶଂସିତ ହେବାରେ ସହଯୋଗ କରୁଛି ।

ନିକଟରେ ହକି ପୁରୁଷ ବିଶ୍ୱକପ ଆୟୋଜନ କରି ମଧ୍ୟ ନବୀନ ଓଡିଶା ପାଇଁ ଗୌରବ ଅର୍ଜ୍ଜନ କରିଛନ୍ତି । ସାରା ବିଶ୍ୱ ଆଜି ଓଡିଶାକୁ ଚିହ୍ନୁଛି । କେବଳ ଏତିକି ନୁହେଁ ଏହି ସୁଶାସନ ପାଇଁ ନବୀନ ନିକଟରେ ତାଙ୍କ ୨୫ ବର୍ଷ ଶାସନ ମଧ୍ୟ ପୂରଣ କରିଛନ୍ତି । କଥା କମ ଆଉ କାର୍ଯ୍ୟ ଉପରେ ବିଶ୍ୱାସ ରଖୁଥିବା ନବୀନ ଓଡିଶାବାସୀଙ୍କ ପାଇଁ ଯାହା ସବୁ କରିଛନ୍ତି ବଦଳରେ ସାରା ଓଡିଶା ତାଙ୍କୁ ଅକୁଣ୍ଠ ଭଲ ପାଇବା ଭେଟି ଦେଇଛନ୍ତି । ଏହି ବିଶ୍ୱାସର ସହିତ ନବୀନ ମଧ୍ୟ ଆଗେଇ ଚାଲିଛନ୍ତି । ଆଉ ସାରା ଓଡିଶା ପାଇଁ ତାଙ୍କର ଯେଉଁ ଅବଦାନ, ନିଷ୍ଠାପରତା କାର୍ଯ୍ୟକଳାପ ରହିଛି ସେ ଆଗକୁ ମଧ୍ୟ ଓଡିଶାବାସୀଙ୍କ ମଉଡମଣି ହୋଇ ରହିବେ । ଆଉ ଆମ ରାଜ୍ୟରେ ଯେଉଁ ସର୍ବ ନିମ୍ନ ବେକାରୀ ହାର ରହିଛି ନବୀନଙ୍କ ଶାସନ ପଥରେ ଆମ ଓଡିଶା ସୁନାର ଓଡିଶାର ରୂପ ନେବାକୁ ଯାଉଛି ।

Get real time updates directly on you device, subscribe now.