fbpx

ଆନିମଲ ସୁଟିଂ ସମୟରେ ଭୟରେ ଥିଲେ ରଣବୀର କପୁର; କମ୍ଫଟ ଜୋନରୁ ବାହାରେ ହୋଇଛି ଫିଲ୍ମ

ବଲିଉଡ ଅଭିନେତା ରଣବୀର କପୁର ଏକ କନ୍ୟା ସନ୍ତାନର ବାପା ହେବା ପରଠାରୁ ସର୍ବଦା ଲାଇମ୍ ଲାଇଟ୍ ରେ ରହି ଆସୁଛନ୍ତି । ଏଥିସହିତ ସେ ନିଜର ଷ୍ଟାଇଲ ଏବଂ ଲୁକ୍ ପାଇଁ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ରଣବୀର କପୁରଙ୍କ ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ତାଙ୍କର ଅପକମିଙ୍ଗ ଫିଲ୍ମ ଆନିମଲର ପ୍ରଥମ ପେଷ୍ଟର ରିଲିଜ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ରଣବୀର ପୁଣିଥରେ ୱାଇଲ୍ଡ ଲୁକରେ ନଜର ଆସିଛନ୍ତି । ସେ ହାତରେ ସିଗାରେଟ୍ ଏବଂ ଲମ୍ବା ଦାଢି ଓ ଚୁଟି ରଖିଛନ୍ତି । ଏଥିସହିତ ତାଙ୍କ କାନ୍ଧରେ ଗଭୀର କ୍ଷତ, ଛାଡିରେ କୁରାଢି ଏବଂ ଚାରିପାଖରେ ରକ୍ତ ରହିଛି । ତେବେ ରଣବୀରଙ୍କ ଏହି ଲୁକ୍ ଭୟଙ୍କର ଥିବାବେଳେ ସବୁଠାରୁ ଆଶ୍ଚ ର୍ଯ୍ୟ କଥା ହେଉଛି ରଣବୀର ନିଜେ ମଧ୍ୟ ଏହି ଫିଲ୍ମରେ ଭୟଭୀତ ହୋଇଛନ୍ତି ।

ତେବେ ନିକଟରେ ହୋଇଥିବା ଏଖ ସାକ୍ଷାତକାରରେ ଅଭିନେତା ରଣବୀର କପୁର କହିଛନ୍ତି ଫିଲ୍ମ ଆନିମଲରେ ଯେଉଁଭଳି ରୋଲ ତାଙ୍କୁ ମିଳିଛି ତାହା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଏବଂ ନିଆଁରା ଥିଲା । ତେବେ ସେ ଏହି ଫିଲ୍ମ ପାଇଁ ନିଜ କମ୍ଫଟ ଜୋନରୁ ବହୁତ ବାହାରକୁ ଯାଇଛନ୍ତି । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଫିଲ୍ମରେ ତାଙ୍କ ରୋଲ ପାଇଁ ସେ ଯେତିକି ଖୁସି ଥିଲେ ସୁଟିଂ ସମୟରେ ସେତିକି ଭୟବୀତ ମଧ୍ୟ ହୋଇଥିଲେ । ଆନିମଲ ଫିଲ୍ମରେ ରଣବୀର କପୁର ନେଗେଟିଭ୍ ରୋଲ ପ୍ଲେ କରିଥିବା ବେଳେ ଆଗକୁ ସେ ଏହି ଭଳି ରୋଲ ପ୍ଲେ କରିବାକୁ ଚାହୁଁଥିବା ସାକ୍ଷାତକାରରେ କହିଛନ୍ତି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ବହୁ ପୂର୍ବରୁ ନେଗେଟିଭ୍ ରୋଲ ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ଏଥିପପାଇଁ ସେ ଏକ ସଠିକ୍ ମୌକାକୁ ଅପେକ୍ଷା କରିଥିଲେ । ଯାହାକି ତାଙ୍କୁ ବ୍ରହ୍ମାସ୍ତ୍ର, ଶମଶେର୍ ଏବଂ ଆନିମଲ ପରି ଚଳଚିତ୍ରରେ ମିଳିଛି ।

ତେବେ ଫିଲ୍ମ ଆନିମଲର ଫାଷ୍ଟ ପୋଷ୍ଟର ଗତକାଲି ରିଲିଜ ହୋଇଥବା ବେଳେ ଏହା ଦ୍ରୁତ ଗତିରେ ସେସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଫଳରେ ରଣବୀରଙ୍କ ଫ୍ୟାନ୍ସମାନେ ଏହାକୁ ନଇ ଖୁବ୍ ଉତ୍ସାହିତ ଅଛନ୍ତି । ସେହିପରି କିଛି ୟୁଜର୍ସମାନେ ପୋଷ୍ଟରରେ ରଣବୀରଙ୍କ ଲୁକ୍ ଦେଖିବା ପରେ ଏହାକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ତେବେ ଫଟୋ ଦେଖି ଜଣେ ୟୁଜର୍ସ କହିଛନ୍ତି ଯେ ଏହା ଫିଲ୍ମ ପୁଷ୍ପାକୁ କପି କରାଯାଇଛି ।

ଯଦି ଆମେ ଫିଲ୍ମ ବିଷୟରେ କଥା ହେବା, ତେବେ ‘ଆନିମଲ’ରେ ରଣବୀର କପୁର ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦନାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ୧୧ ଅଗଷ୍ଟ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ସନ୍ଦୀପ ରେଡ୍ଡୀ ଭଙ୍ଗା ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ରଣବୀର ଏବଂ ରଶ୍ମିକାଙ୍କ ବ୍ୟତୀତ ଫିଲ୍ମରେ ଅନିଲ କପୁର,ବବି ଦେଓଲ ଏବଂ ତୃପ୍ତି ଡିମରି ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Get real time updates directly on you device, subscribe now.