fbpx

ଜାମ୍ମୁ-କାଶ୍ମୀର ରଜୌରୀ ଆତଙ୍କ : ୨୪ ଘଣ୍ଟା ମଧ୍ୟରେ ଦୁଇଥର ଆଟାକ, ଏପର୍ଯ୍ୟନ୍ତ ୫ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରଜୌରୀର ଡାଙ୍ଗରୀ ଗାଁରେ ରବିବାର ଦିନ ସଂଧ୍ୟାରେ ଆତଙ୍କବାଦୀ ଗୁଳି ଚାଳନା କରିଥିଲେ । ଏହି ଘଟଣାରେ ୭ଜଣ ଲୋକ ଆହାତ ହୋଇଥିଲେ ଏବଂ ୩ଜଣ ପ୍ରାଣ ହରାଇଥିବା ବେଳେ ଆଜି ପୁଣିଥରେ ସେହି ଗାଁରେ ସାକାଳୁ ଆଇଇଡି ବ୍ଲାଷ୍ଟ୍ କରିଛନ୍ତି । ଆଜି ସକାଳେ କାଲିର ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସେଠାରେ ଲୁଚି ରହିଥିବା କିଛି ଆତଙ୍କବାଦୀ ବମ୍ ପକାଇଥିଲେ । ଏଥିରେ ୨ଜଣ ମୃତ୍ୟୁ କରିଛନ୍ତି ଏବଂ ଅନ୍ୟାନ୍ୟ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇଇଡି ବ୍ଲାଷ୍ଟ ହେବା ପରେ ବର୍ତ୍ତମାନ ଡ୍ରେନ ଜରିଆରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଏହି ଆତଙ୍କିତ ଘଟଣାର ତଦନ୍ତ ଏନଆଇଏ କରିବ । ରାଷ୍ଟ୍ରୀୟ ଜାଞ୍ଚ ଏଜେନ୍ସି ଜାମ୍ମୁ କାଶ୍ମୀର ପୋଲିସକୁ ସହଯୋଗ କରିବ । ଜାମ୍ମୁ କାଶ୍ମୀରର ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଟ୍ୱିଟ କରି କହିଛନ୍ତି ଯେ, ‘ମୁଁ ରାଜୋରୀରେ ହୋଇଥିବା ଆତଙ୍କ କାଣ୍ଡକୁ କଡ଼ା ନିନ୍ଦା କରୁଛି । ମୁଁ ଲୋକଙ୍କୁ ଆଶ୍ୱାସନା ଦେଉଛି ଯେ, ଏହି ଘୃଣ୍ୟ ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନେ ରକ୍ଷା ପାଇବେ ନାହିଁ । ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି । ଏହି ଭୟଭୀତ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଏବଂ ଏକ ସରକାରୀ ଚାକିରି ଦିଆଯିବ । ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆହତଙ୍କ ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।’

ସେହିପରି ଗତକାଲି ଜାମ୍ମୁ କାଶ୍ମୀରର ଏଡିଜିପି ମୁକେଶ ସିଂହ ସୂଚନା ଦେଇ କହିଥିଲେ ଯେ, ରଜୌରୀ ଗାଁର ପାଖାପାଖି ୫୦ମିଟର ଦୂରରେ ଥିବା ୩ଟି ଭିନ୍ନ ଭିନ୍ନ ଘରେ ଗୁଳିଚାଳନା କରାଯାଇଥିଲା । ଫାଏରିଙ୍ଗ ସମୟରେ ସିଧାସଳଖ ୨ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ୮ଜଣ ଆହତଙ୍କୁ ମେଡ଼ିକାଲ ନିଆଯିବା ପରେ ସେଠାରେ ଜଣେ ପ୍ରାଣ ହରାଇଥିଲେ । ଆଜିକୁ ମୁତ୍ୟୁ ସଂଖ୍ୟା ମିଶି ୫କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.