fbpx
BJD SKY
BJD SKY

ଆଶ୍ଚର୍ଯ୍ୟ ! QR କୋଡ ସ୍କାନ କଲେ ଜାଣିପାରିବେ… ଆମ୍ବ କେଉଁ ବଗିଚାର ଓ ଏହା କେଉଁ ପ୍ରଜାତିର ?

BJD

ନୂଆଦିଲ୍ଲୀ : ଆମ୍ବ ଋତୁ ଆସିଗଲାଣି । ଆମ୍ବ ପ୍ରେମୀଙ୍କ ପାଇଁ ଏକ ବିଶେଷ ଖବର ରହିଛି । ଏଥର ଆମ୍ବ କିଣିଲା ବେଳେ କଞ୍ଚା କି ପାଚିଲା ନୁହେଁ ବରଂ ଆମ୍ବ କେଉଁ ପ୍ରଜାତିର କେଉଁ ବଗିଚାର ଏବଂ ତାର ମାଲିକ କିଏ ତାହା ମଧ୍ୟ ଜାଣିପାରିବେ । ସେଥିପାଇଁ କେବଳ ଛୋଟିଆ କାମଟି କରିବାକୁ ପଡିବ । ଆମ୍ବରେ ଥିବା ଏକ କ୍ୟୁଆର କୋଡକୁ ସ୍କାନ କରିବାକୁ ପଡିବ ।

ହଁ ଆଜ୍ଞା, ଠିକ୍ ପଢିଲେ । ଆମ୍ବ ରହିବ ଏକ QR କୋଡ । ଏହି କ୍ୟୁଆର କୋଡ ସମସ୍ତ ତଥ୍ୟ ଦେବ । ଏହି ଆମ୍ବ କେଉଁ ପ୍ରଜାତି ଏବଂ ଏହି ଆମ୍ବ ମାଲିକ କିଏ । କେବଳ ଏତିକି ନୁହେଁ ଆମ୍ବ କେଉଁ ବଗିଚାରୁ ଅମଳ କରାଯାଇଛି ତାହା ମଧ୍ୟ ଜଣା ପଡିବ।

ଏବେ ନିଶ୍ଚିତ ଭାବରେ ମନରେ ପ୍ରଶ୍ନ ଆସୁଥିବା ଯେ ଏହା କିପରି ସମ୍ଭବ । ଏହାକୁ ସମ୍ଭବ କରିଛନ୍ତି ମାଲିହାବାଡିର ଏକ କମ୍ପାନୀ । ଆମ୍ବ ଗଛର ଜିଓ ଟ୍ୟାଗିଂ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏକ ଘରୋଇ କମ୍ପାନୀ ଆମ୍ବ ପ୍ୟାକ୍ ହାଉସକୁ ଏହି ଦାୟିତ୍ୱ ଦେଇଛି। ଏହି କମ୍ପାନୀକୁ ରହମାନକେଡାରେ ଅବସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସବଟ୍ରୋପିକାଲ୍ ହର୍ଟିକଲଚର (ସିଏସ୍ଏଚ୍) ଦ୍ୱାରା ରପ୍ତାନୀକାରୀଙ୍କୁ ଏହି କୌଶଳ ଦେଇଛନ୍ତି ।

ମେ ୧୦ ରେ ଆମ୍ବ ଚାଷୀଙ୍କ ସହ ଏକ ବୈଠକ ହେବ । ଯେଉଁଥିରେ ଚାଷୀମାନଙ୍କୁ ଏନେଇ ସମସ୍ତ ବିବରଣୀ ଦିଆଯିବ । ଆମ୍ବ ରପ୍ତାନୀ ସମୟରେ ଆମ୍ବ ବାକ୍ସରେ ଏହି କୋଡ ଲଗାଯିବ । ଏହି କୋଡ୍ ମୋବାଇଲ ସ୍କାନ୍ ହେବା ମାତ୍ରେ ସମସ୍ତ ସୂଚନା ପ୍ରଦାନ କରିବ । ବର୍ତ୍ତମାନ କମ୍ପାନୀ କର୍ମଚାରୀ ବଗିଚାରେ ବୁଲିବୁଲି ଜିଓ ଟ୍ୟାଗିଂ କରୁଛି।

Get real time updates directly on you device, subscribe now.