fbpx
BJD SKY
BJD SKY

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଭାଷଣ ସମୟରେ ବିଜୁଳି କଟିଯିବା ପ୍ରସଙ୍ଗ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

BJD

ଭୁବନେଶ୍ୱର: ମୟୁରଭଞ୍ଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ବିଜୁଳି କଟିଯିବା ମାମଲାରେ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ଏପ୍ରକାର ଘଟଣା ଘଟିଲା ପାଇଁ ଓଡ଼ିଶାକୁ ଲଜ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତେଣୁ କେଉଁ କାରଣରୁ ଏପ୍ରକାର ଘଟଣା ଘଟିଲା ତାହାର ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଏନେଇ ମୁଖ୍ୟ ଶାସନ ସଚିବ ଓ MSCBUର କୁଳପତିଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ଏବଂ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କର ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସମୟରେ ହଠାତ୍ କଟିଯାଇଥିଲା କରେଣ୍ଟ। ମଞ୍ଚରେ ଉପସ୍ଥିତ ଥିଲେ ପ୍ରଫେସର ଗଣେଶୀ ଲାଲ ଏବଂ ବିଶ୍ୱବିଦ୍ୟାଳର କୁଳପତି। ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ଯାଏଁ ପାୱର ଟ୍ରିପ୍ ଥିଲା।

ବିଜୁଳି ଚାଲିଯିବା ପରେ ରାଷ୍ଟ୍ରପତି କହିଥିଲେ। ସୁନ୍ଦର ଯେତିକି ଅନ୍ଧାର ସେତିକି …ଅନ୍ଧାର ଯେତିକି ଆଲୁଆ ସେତିକି ଏହି ଯେ ଗହନ ବନ। ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ୍ ପର୍ଯ୍ୟନ୍ତ ୯ ମିନିଟ୍ କାଳ ଲାଇନ୍ କଟିଯାଇଥିଲା। ସାରା ଅଡିଟୋରିୟମ ଅନ୍ଧାରରେ ଥିବା ଦେଖିବା ପାଇଁ ମିଳିଥିଲା। ହେଲେ ଅନ୍ଧାର ଭିତରେ ମଧ୍ୟ ରାଷ୍ଟ୍ରପତି ଜାରି ରଖିଥିଲେ ନିଜ ଅଭିଭାଷଣ। ହେଲେ ଭାଷଣ ଛଳରେ ନିଜ ଅସନ୍ତୋଷ ବ୍ୟକ୍ତ କରି ସେ କହିଥିଲେ, ଅନ୍ଧାର ଯେତିକି ଆଲୁଆ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡିବିନି ଥକି। ଆଜି ଆମେ ଅନ୍ଧାରରେ ବସିଛୁ। ସବୁକୁ ଆମେ ସମାନ ଭାବେ ନେବା।

ଅନ୍ୟପଟେ ଏହି ବିରାଟ ତୃଟି ପାଇଁ ଦୁଃଖ ପ୍ରକାଶ କରିଛି ଶକ୍ତି ବିଭାଗ । ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ୱୀକାର କରିଛି । ହେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ଏଭଳି ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ମହଲରୁ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି।

 

Get real time updates directly on you device, subscribe now.