fbpx
BJD SKY
BJD SKY

ବଲିଉଡ ସିଙ୍ଗର ଅରିଜିତ ସିଂହ ଆହତ: କନସର୍ଟରେ ଜଣେ ଫ୍ୟାନ୍ ଗାୟକଙ୍କ ହାତକୁ ଜୋରରେ ଝିଙ୍କିଦେଲେ

BJD

ନୂଆଦିଲ୍ଲୀ: ସାଧାରଣ ଭାବେ ବିଭିନ୍ନ ଶୋ’ମାନଙ୍କରେ ନୃତ୍ୟ ବା ସଂଗୀତ ପରିବେଷଣ କରୁଥିବା କଳାକାରଙ୍କ ଠାରୁ ସେଲଫି ନେବା ପାଇଁ ପ୍ରଶଂସକମାନେ ଘେରି ଯାଇଥାନ୍ତି । ଏଭଳି ଭିଡ଼ ଭିତରେ ଅନେକ ସମୟରେ ସେଲିବ୍ରେଟି, କ୍ରିକେଟର ଓ ରାଜନେତାମାନେ ଫଶି ଯାଇଥାନ୍ତି । ଫଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଭଳି ବ୍ୟକ୍ତିବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥାଏ । ତେବେ ଆଜି ଦେଶର ଜଣେ ବଡ଼ କଳାକାରଙ୍କ ସହ ଏପରି କିଛି ଘଟିଛି ।

ସୂଚନା ମୁତାବକ, କୋଟି କୋଟି ଫ୍ୟାନ୍ସଙ୍କୁ ନିଜର କଣ୍ଠର ଯାଦୁରେ ପାଗଳ କରିଦେଉଥିବା ବଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର ଅରିଜିତ ସିଂହଙ୍କ ସହ ଜଣେ ଫ୍ୟାନ ଖରାପ ବ୍ୟବହାର କରିଛନ୍ତି । ଏକ କନସର୍ଟ ସମୟରେ ଅରିଜିତଙ୍କ ସହିତ ହାତ ମିଳାଇବାକୁ ଯାଇ ଉକ୍ତ ଫ୍ୟାନ ତାଙ୍କର ହାତକୁ ଜୋରରେ ଝିଙ୍କି ଦେଇଥିଲେ । ଫଳରେ ଅରିଜିତଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ସହ ସେ ଏହାର ଦୁଃଖଦ ପ୍ରତିକ୍ରିୟା ଦେଇଛନ୍ତି । ଘଣ୍ଟା ଘଣ୍ଟା ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଜଣେ କଳାକାରଙ୍କ ସହିତ ଏପରି ବ୍ୟବହାର କେତେଦୂର ଗ୍ରହଣୀୟ ବୋଲି ଅରିଜିତ କହିଛନ୍ତି ।

ତେବେ ଉକ୍ତ ଫ୍ୟାନ ଜଣେ ମହିଳା ବୋଲି ଜଣାପଡ଼ିଥିବା ବେଳେ ହାତଙ୍କୁ ଝିଙ୍କିଦେବା ଫଳରେ ଅରିଜିତ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ କନସର୍ଟକୁ କିଛି ସମୟ ପାଇଁ ବନ୍ଦ କରି ଅରିଜିତ ଉକ୍ତ ମହିଳାଙ୍କୁ କହିଥିଲେ, ‘ଆପଣ ମୋ ହାତଙ୍କୁ ଝିଙ୍କିଲେ, ଏଥିରେ କିଛି ସମସ୍ୟା ନାହିଁ । ମାତ୍ର ମୁଁ ଯଦି ଯଦି ପରଫର୍ମାନ୍ସ କରିପାରିବି ନାହିଁ ତେବେ ଆପଣମାନେ ଉପଭୋଗ କିପରି କରିବେ ।’ ତେବେ ଭିଡିଓରେ ଉକ୍ତ ଫ୍ୟାନ ‘ସରି ସରି’ କହୁଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଅରିଜିତ ନିଜ ହାତରେ ଏକ ପଟି ବାନ୍ଧିଥିଲେ । ତେଣୁ ଏହି ମାମଲା କେତେ ଗମ୍ଭୀର ତାହା ସ୍ପଷ୍ଟ ଭାବେ ଅନୁମେୟ ।

Get real time updates directly on you device, subscribe now.