fbpx
BJD SKY
BJD SKY

ନକଲି ଔଷଧ ମାମଲାରେ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

BJD

କଟକ: ନକଲି ମେଡିସନ୍ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ଜଣ ଅଭିଯୁକ୍ତ । କଟକ ପୁରୀଘାଟ ଥାନାରେ କରିଲେ ଆତ୍ମସମର୍ପଣ । ତେବେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ଔଷଧ ବୋଲି ଅଭିଯୋଗ ହୋଇଥିଲା । ଫଳରେ ଏନେଇ ଡ୍ରଗ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତେଲା କରିଥିଲେ । ଏହାପରେ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ତେବେ ଏହି ନକଲି ମେଡିସିନ କାରବାରରେ ସପୃକ୍ତ ଥିବା ୨ ଅଭିଯୁକ୍ତ ଆଜି କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଗତ ୩ ଦିନ ପୂର୍ବରୁ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ମେଡିସିନ୍ ଯାଞ୍ଚ ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା ଏଥିସହିତ ବିଭିନ୍ନ ମେଡିସିନ୍ ଦୋକାନରେ ରେଡ କରି ନମୂନା ସଂଗ୍ରହ କରିଥିଲା ଟିମ୍ । ଅନ୍ୟପଟେ ଗଲା ଜୁନ୍‌ ମାସରୁ ଏପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଥିବା ବେଳେ କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ତେବେ ଏହି ନକଲି ଔଷଧ କାରବାର ମାମଲାରେ ବର୍ତ୍ତମାନ ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି ।

Get real time updates directly on you device, subscribe now.