fbpx

(Video) କୁଆଡ଼େ ଯାଏ ED ଜବତ କରିଥିବା କୋଟି କୋଟି ଟଙ୍କା ? କେନ୍ଦ୍ର ସରକାର ନିଅନ୍ତି ନା ଇଡି …

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ଜବତ କରିଥିବା ଟଙ୍କା ଯାଏ କୁଆଡେ ? କୋଟି କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରେ । ହେଲେ ଏହି ସବୁ ଟଙ୍କାକୁ କିଏ ବ୍ୟବହାର କରେ ? କେନ୍ଦ୍ର ସରକାର ଏହି ସବୁ ଟଙ୍କାକୁ ବ୍ୟବହାର କରନ୍ତି ନା ଖୋଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ ଟଙ୍କାକୁ ନେଇ ବ୍ୟବହାର କରିଥାଏ ? ଏମିତି କିଛି ପ୍ରଶ୍ନ ଆପଣ ମାନଙ୍କର ମନରେ କେତେବେଳେ ନା କେତେବେଳେ ଉଠିଥିବ । ତେବେ ଆସନ୍ତୁ ଜାଣିବା…

ତେବେ ଦେଶରୁ ବିଭିନ୍ନ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଟି କୋଟି ଟଙ୍କା ଜବତ କରିଥାଏ । ଏହି ସବୁ ଟଙ୍କା ବ୍ଲାକ ମନି ହୋଇଥାଏ । ଯେଉଁ ଟଙ୍କାର ହିସାବ ତାଙ୍କ ମାଲିକ ପାଖରେ ନଥାଏ, ସେହି ସବୁ ଟଙ୍କାକୁ ଇଡି ଜବତ କରିଥାଏ । ତେବେ ଗତ ୩ ମାସର ଚଢ଼ାଉକୁ ଯଦି ହିସାବକୁ ନେବା, ତେବେ ଇଡି ୧୦୦ କୋଟି କଳା ଧନ ଜବତ କରିଛି । ବିଭିିନ୍ନ ସ୍ଥାନରେ ରେଡ କରି ଏହି ସବୁ ଟଙ୍କାକୁ ଜବତ କରିଛି । ଏହି ଭିତରେ ସବୁଠାରୁ ବଡ଼ ରେଡ ବଶ୍ଚିମବଙ୍ଗର ବରଖାସ୍ତ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜି ଏବଂ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜିଙ୍କ ଘରେ ହୋଇଥିଲା ।

ରେଡ ବେଳେ ୫୦ କୋଟି ଟଙ୍କା ଜବତ ହୋଇଥିବା ବେଳେ ବହୁ କିଲୋର ସୁନା ଅଳଙ୍କାର ମାନ ମଧ୍ୟ ଜବତ ହୋଇଥିଲା । ଏସ୍ଏସ୍ସି ସ୍କାମ ଲିଙ୍କରେ ହୋଇଥିବା ଚଢ଼ାଉରୁ ଏହି ଅର୍ଥ ଇଡି ହାତରେ ଲାଗିଥିଲା । ଏହି ସବୁ ଅର୍ଥକୁ ଗଣିବା ପାଇଁ ଇଡି ଅଧିକାରୀଙ୍କ ସହ ଯାଇଥିଲେ ୮ ଜଣ ବ୍ୟାଙ୍କ କର୍ମଚାରୀ । ଯେଉଁମାନେ ମେସିନ ସାହାଯ୍ୟରେ ଟଙ୍କାକୁ ଗଣିଥିଲେ । ତେବେ ଟଙ୍କା ଗଣିବାକୁ ଲାଗିଥିଲା ୨ଦିନରୁ ଅଧିକ ସମୟ ଲାଗିଥିଲା । ଏହା ପୂର୍ବରୁ ଝାଡ ଖଣି ସ୍କାମରେ ଇଡି ୨୦ କୋଟି ଟଙ୍କା ଜବତ କରିବାକୁ ସକ୍ଷମ ହୋଇଥିଲା ।

ତେବେ ଏହି ସବୁ ଅର୍ଥ କେମିତି ଜବତ ହୁଏ ଏବଂ ଜବତ ହେବା କଣ ହୁଏ ଏକ ବଡ଼ ପ୍ରଶ୍ନ । ଆର୍ଥିକ ତଦନ୍ତକାରୀ ସଂସ୍ଥା ଭାବେ ଇଡି ହିସାବ ନଥିବା ଅର୍ଥକୁ ଜବତ କରିବା ନିୟମ ରହିଛି । ଯାହାକଙ୍କ ଠାରୁ ଏହି ଅର୍ଥକୁ ଜବତ କରାଯାଏ ତାଙ୍କୁ ପଚରାଯାଏ ଏହି ସବୁ ଅର୍ଥକୁ ସେ କେମିତି ଉପାର୍ଜନ କରିଛନ୍ତି । ଯଦି ବ୍ୟକ୍ତି ଜଣକ ଅର୍ଥ ଉପାର୍ଜନର ସନ୍ତୋଷ ଜନକ ତଥ୍ୟ ନଦିଅନ୍ତି ତେବେ ଏହି ସବୁ ଅର୍ଥକୁ ବେଆଇନ୍ ଅର୍ଥ ବୋଲି ବିବେଚନା କରାଯାଏ ।

ଟଙ୍କା ଜବତ ହେବା ପୂର୍ବରୁ ଇଡି ଅଧିକାରୀ ଏସ୍ବିଆ କର୍ମଚାରୀ ଙ୍କୁ ଏହି ଟଙ୍କାକୁ ଗଣିବାରେ ନିୟୋଜିତ କରିଥାଏ । ଟଙ୍କା ଗଣା ମେସିନ ସାହାଯ୍ୟରେ ଏହି ସବୁ ଟଙ୍କାକୁ ଗଣାଯାଇଥାଏ । ଏହାପରେ ଇଡି ଅଧିକାରୀମାନେ ବ୍ୟାଙ୍କ ଅଧିକାରୀଙ୍କ ସାମ୍ନାରେ ଏକ ତାଲିକା ପ୍ରସ୍ତୁତ କରନ୍ତି । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ଆଗରେ ଏହି ସବୁ ଟଙ୍କାକୁ ବାକ୍ସରେ ଭର୍ତ୍ତି କରାଯାଏ । ସିଲ ହେବା ପରେ ସିଜର ପ୍ରସ୍ତୁତ କରାଯାଇ ଜବତ ଟଙ୍କାକୁ ସେହି ରାଜ୍ୟର SBI ମେନ୍ ସାଖାକୁ ନିଆଯାଏ । ଇଡି ନାମରେ ଏକ ପର୍ସନାଲ ଡିପୋଜିଟ ଆକାଉଣ୍ଟ କରି ସେଠାରେ ଅର୍ଥକୁ ଜମା ରଖାଯାଏ ।

ତେବେ ଏହି ସବୁ ଅର୍ଥକୁ ଇଡି କିମ୍ବା ବ୍ୟାଙ୍କ ବ୍ୟବହାର କରୁଥିବେ । ହେଲେ ଏହାକୁ କେହି ମଧ୍ୟ ବ୍ୟବହାର କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ଜବତ ଅର୍ଥ ଉପରେ ଶୁଣାଣି ଶେଷ ନହୋଇଛି । ଇଡି ଜବତ ଅଡରର ପ୍ରୋଭିଜିନାଲ ପ୍ରସ୍ତୁତ କରିଥାଏ । ଯାହାକୁ କର୍ତ୍ତୃପକ୍ଷ ୬ ମାସ ମଧ୍ୟରେ ମଞ୍ଜୁରୀ ଦେଇଥାନ୍ତି । ଏହାପରେ ଜବତ ଅର୍ଥକୁ ବ୍ୟବହାର କରିବାକୁ ସକ୍ଷମ ହୋଇନଥାଏ । ତେବେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଜବତ ହୋଇଥବା ଟଙ୍କା କେନ୍ଦ୍ର ସରକାରଙ୍କର ଟ୍ରେଜେରୀକୁ ଚାଲିଯାଏ । ଯଦି ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷ ବୋଲି ଘୋଷଣା କରନ୍ତି, ତେବେ ଜବତ ଅର୍ଥକୁ ତାଙ୍କୁ ଫେରାଇ ଦେବାକୁ ପଡ଼ିଥାଏ । ତେବେ ସରକାରଙ୍କର ଅଧିନକୁ ଟଙ୍କା ଗଲାପରେ ସେହି ସବୁ ଟଙ୍କାକୁ ଜନହିତକର କାର୍ଯ୍ୟରେ ବ୍ୟବହାର କରାଯାଏ ।

Get real time updates directly on you device, subscribe now.