fbpx
BSKY
BJD SHG SKY
BJD YOUTH SKY

Big Breaking: ମହିଳା ମାଓବାଦୀ ଉଙ୍ଗି ମାଡବିର ଆତ୍ମସମର୍ପଣ

ମାଲକାନଗିରି: ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମହିଳା ମାଓବାଦୀ ଜଣକଙ୍କ ନାମ ଉଙ୍ଗି ମାଡବି ବୋଲି ଜଣାପଡିଛି । ଉଙ୍ଗି ମାଢ଼ୀ ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡ଼ିତ ଥିଲା । ଉଙ୍ଗିଙ୍କ ନାମରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି । ଉଙ୍ଗିଙ୍କୁ ଧରାଇଦେବା ଲାଗି ଲକ୍ଷେ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା ।

ବର୍ତ୍ତମାନ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ୨୦୧୬ ମସିହାରୁ ଉଙ୍ଗି ମାଡବି ମାଓ ସଙ୍ଗଠନରେ ସକ୍ରିୟ ଥିଲେ । ପ୍ରାୟ ୪୦ଟି ହିଂସାକାଣ୍ଡରେ ସାମିଲ ଥିଲେ । ଓଡ଼ିଶା ସମେତ ଛତିଶଗଡ଼ରେ ସେ ସକ୍ରିୟ ଥିଲେ । ଏହି ସମସ୍ତ ମାମଲାରେ ପୋଲିସ ଉଙ୍ଗିକୁ ଖୋଜୁଥିଲା । ତାଙ୍କୁ ଯିଏ ପୋଲିସକୁ ଧରାଇବ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରଷ୍କାର ଦେବା ଲାଗି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.