fbpx

(video)କ୍ରିକେଟ୍ ମ୍ୟାଚ୍‌ରେ ରନ୍ ନେବା ସମୟରେ ହୃଦଘାତରେ ଟଳି ପଡିଲେ ଇଂଜିନିୟର, ଭାଇରାଲ୍ ହେଉଛି ସେହି ସମୟର ଭିଡିଓ

ନୂଆଦିଲ୍ଲୀ: ନୋଏଡାରୁ ଏକ ଆଚମ୍ବିତ କରିଦେବା ପରି ମାମଲା ସାମ୍ନାକୁ ଆସିଛି । ଏଠାରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଜଣେ ଯୁବକ ରନ୍ ନେବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ । ଏହି ଘଟଣା ଥାନା ଏକ୍ସପ୍ରେସୱେ କ୍ଷେତ୍ରର ସେକ୍ଟର ୧୩୫ରେ ଘଟିଛି । ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ମ୍ୟାଚ୍‌ରେ ରନ୍ ନେବା ଲାଗି ପଡିଆରେ ଦୌଡୁଛନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଅଚାନକ ପଡିଆ ମଝିରେ ପଡିଯାଉଛନ୍ତି । ଏହା ଦେଖି ସମସ୍ତ ଖେଳାଳୀ ତାଙ୍କୁ ଦେଖିବା ଲାଗି ପଡିଆ ମଝିକୁ ଦୌଡୁଛନ୍ତି କିନ୍ତୁ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଛି । ଯୁବକଙ୍କୁ ତତ୍‌କ୍ଷଣାତ୍ ହସ୍ପିଟାଲ ନିଆଯାଇଛି କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କିଛି ଲୋକ ସେକ୍ଟର ୧୩୫ର ପୁସ୍ତା ଅଞ୍ଚଳରେ ନିର୍ମିତ ଷ୍ଟାଡିୟମରେ ମ୍ୟାଚ୍ ଖେଳୁଥିଲେ । ଏହି ସମୟରେ ଉତ୍ତରାଖଣ୍ଡନିବାସୀ ୩୬ ବର୍ଷୀୟ ବିକାଶ ନେଗୀ ବ୍ୟାଟିଂ କରିବାକୁ ବାହାରିଥିଲେ । ଖେଳିବା ସମୟରେ ବିକାଶ ରନ୍ ଲାଗି ଦୌଡିବା ଆରମ୍ଭ କରିବା ବେଳେ ଅଚାନକ ପଡିଆ ମଝିରେ ତଳେ ପଡିଯାଇଥିଲେ । ବିକାଶଙ୍କୁ ପଡିଯିବାର ଦେଖି ଅନ୍ୟ ଖେଳାଳୀମାନେ ତାଙ୍କ ନିକଟକୁ ଦୌଡି ଆସିଥିଲେ । ଏହାପରେ ତାଙ୍କୁ ନିକଟବର୍ତ୍ତୀ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା ।

Get real time updates directly on you device, subscribe now.