fbpx

Breaking News: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ଜଙ୍ଗଲ ଭିତରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଏକ ଜଙ୍ଗଲରେ । ଯୁବତୀଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ମାରି ଗଛରେ ଟାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ଜଣେ ଅଭିଯୁକ୍ତକୁ ଅଟକ ରଖି ବଡ଼ଗାଁ ଥାନାରେ ଜେରା କରୁଛି ପୁଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲିଠାରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ । ଘରଲୋକେ ଖୋଜି ନପାଇବା ପରେ ଗତକାଲି ରାତିରେ ଏ ନେଇ ପୁଲିସକୁ ସୂଚନା ଦେଇଥିଲେ । ତେବେ ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିଥିଲେ । ତେବେ ଏହା ପରେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ପୁଲିସ ଅଟକ ରଖିଥିବା ଯୁବକ ଏବଂ ତାଙ୍କର ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିବା ପରେ ଗଛରେ ଟାଙ୍ଗି ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.