fbpx

ଘନ କୁହୁଡ଼ି ପାଇଁ ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ପିପିଲି: ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଙ୍ଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ପ୍ରାଣହାନୀ ଘଟିଛି । କୁହୁଡ଼ି ଯୋଗୁଁ ଏହି ବାଇକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ପୁରୀରୁ କଣ୍ଟିଲୋ ଯାଉଥିଲେ ଏହି ବାଇକ ଆରୋହୀ । ଘନ କୁହୁଡ଼ି ପାଇଁ ସାମ୍ନାରେ କିଛି ଦେଖା ନଯିବାରୁ ପୋଲରେ ମାଡ଼ ହୋଇ ଛିଡିକି ପଡି ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପୋଲିସକୁ ଏବଂ ଆମ୍ବୁଲାନ୍ସକୁ ଡକାଇ ଗୁରୁତର ଆହତଙ୍କୁ କଟକ ମେଡିକାଲ ପଠାଇଥିଲେ । ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.