fbpx

ବାୟୂସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ବାୟୁସେନାର ଏରେବେଟିକ୍ସ ଟିମ୍ ଦ୍ୱାରା ରାଜ୍ୟରେ ପ୍ରଦର୍ଶିତ ହେବାକୁ ଯାଉଛି ବାୟୂସେନାର ସ୍ୱତନ୍ତ୍ର ଏୟାର ସୋ “ସୂର୍ଯ୍ୟକିରଣ’ । ବାୟୂସେନା ପକ୍ଷରୁ ଏହି ସୋ ଭୁବନେଶ୍ୱର ଏବଂ ପୁରୀରେ ଆୟୋଜନ କରାଯିବ । ଏନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନା ଅନୂଯାୟୀ, “ସୂର୍ଯ୍ୟକିରଣ’ ସୋ ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ନଦୀ ଶଯ୍ୟାରେ ହେବ ଏବଂ ୧୮ ତାରିଖରେ ପୁରୀରେ ରାଜଭବନ ଉପରେ କରାଯିବ ।

ତେବେ ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ ଏହାର ସୋ ପ୍ରଦର୍ଶନ କରିବ ।

୧୯୯୬ ରେ ଗଠିତ ହୋଇଥିବା “ସୂର୍ଯ୍ୟକିରଣ’ ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର ୫୨ ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ Hawk Mk-132 ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ ।

Get real time updates directly on you device, subscribe now.