fbpx

ସୂର୍ଯ୍ୟ ଏବଂ ଶୁକ୍ରଙ୍କ ସଂଯୋଗରେ ଏହି ରାଶି ରୁହନ୍ତୁ ସାବଧାନ; ଜୀବନରେ ଆସିପାରେ ଅନେକ ସମସ୍ୟା,ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସ ସମସ୍ତ ଗ୍ରହ ଓ ନକ୍ଷେତ୍ରମାନଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଚଳିତମାସ ଏହିଭଳି ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଯେଉଁଥିରେ ବୃଷ ରାଶିରେ ବୁଧଙ୍କ ସମେତ ଶୁକ୍ର ଏବଂ ସୂର୍ଯ୍ୟ ମଧ୍ୟ ପ୍ରବେଶ କରିବେ । ଫଳରେ ଏହା ମୋଟ ୧୨ ରାଶି ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୩ ଟି ରାଶି ଉପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିବ । ଯାହାଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ଅର୍ଥିକ ସଂକଟ ମଧ୍ୟ ଦେଖାଦେବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ…

ମେଷ: ଶୁକ୍ର ଏବଂ ସୂର୍ଯ୍ୟଙ୍କ ଏହି ସଂଯୋଗ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ । ଫଳରେ ଘରେ ଅଶାନ୍ତି ଲାଗି ରହିବା ସହ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେବ । ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ମେଷ ରାଶିର ବ୍ୟକ୍ତିମାନେ ସତର୍କ ଏବଂ ସାବଧାନତାର ସହ ରହିବା ଆବଶ୍ୟକ ।

ମିଥୁନ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ସଂଯୋଗ ବହୁତ ବିପଦଜ୍ଜନକ ହୋଇପାରେ । ଏହି ସମୟରେ ମିଥୁନ ରାଶିର ବ୍ୟକ୍ତିମାନେ ଯୁକ୍ତି-ତର୍କ, କଳି-ଝଗଡା ଆଦି ପ୍ରତି ସତର୍କ ରହିବା ଆବଶ୍ୟକ । ଏଥିସିହ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ । ତେବେ ଏହି ରାଶିର ବ୍ୟକ୍ତିମାନେ କୋର୍ଟ କଚେରୀ ମାମଲାରେ କୌଣସି ନିଷ୍ପତ୍ତି ନିଆନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କୁ ବିପଦରେ ପକାଇପାରେ । ଏତତ୍ ବ୍ୟତୀତ ଯାତ୍ରା ସମୟରେ ଧ୍ୟାନର ସହ ଯାତ୍ରା କରନ୍ତୁ ।

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଏହି ସୂର୍ଯ୍ୟ ଏବଂ ଶୁକ୍ରଙ୍କ ସଂଯୋଗ ବହୁତ ଅଶୁଭ ଅଟେ । ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନେ ଏହି ସମୟରେ ସାବଧାନ ରହିବା ଉଚିତ୍ । କାରଣ ନିଜ ସାଥିଙ୍କ ସହିତ ବାଦ ବିବାଦ ଦେଖା ଦେଇପାରେ । ଏତତ୍ ବ୍ୟତୀତ କର୍କଟ ରାଶିର ବ୍ୟକ୍ତିମାନେ ଏହି ସମୟରେ ଅର୍ଥିକ ସଂକଟ ଦେଇ ଗତି କରି ପାରନ୍ତି । ତେଣୁ ଏହି ସମୟରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।

Get real time updates directly on you device, subscribe now.