fbpx

ଦ୍ୱିତୀୟ ଦିନିକିଆରେ ଚାଲିଲା ସୂର୍ଯ୍ୟକୁମାର ଓ ଗିଲ୍‌ଙ୍କ ବ୍ୟାଟ୍‌, କିନ୍ତୁ ବର୍ଷା କାରଣରୁ ବାତିଲ ହେଲା ମ୍ୟାଚ୍‌

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା କାରଣରୁ ଅଧାରୁ ବାତିଲ ହୋଇଛି । ଟସ୍ ପୁର୍ବରୁ ଆସିଥିବା ବର୍ଷା ମ୍ୟାଚ୍ ଆରମ୍ଭ ପରେ ପ୍ରବଳ ବର୍ଷିଥିଲା । ଆଜିର ମ୍ୟାଚ୍ ବାତିଲ ହେବା ପରେ ଏହି ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ପ୍ରଥମେ ୪.୫ ଓଭର ବୋଲିଂ ପରେ ବର୍ଷା ଆରମ୍ଭ ହୋଇଥିଲା । ପୁଣି କିଛି ସମୟ ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । କିନ୍ତୁ ୧୨.୫ ଓଭର ପରେ ବର୍ଷା ପୁରା ଖେଳକୁ ବନ୍ଦ କରି ଦେଇଥିଲା । ଏହାପରେ ଅମ୍ପାୟର ବାଧ୍ୟ ହୋଇ ମ୍ୟାଚ୍‌କୁ ବାତିଲ ଘୋଷଣା କରିଥିଲେ ।

ଏଭଳି ପରିସ୍ଥିତିରେ ସିରିଜ୍ ଶେଷ ମ୍ୟାଚ୍ ଦ୍ୱାରା ସ୍ଥିର ହେବ। ଆଜିର ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲ୍ୟାଣ୍ଡ ଦଳର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ବୋଲିଂ ନେଇଥିଲେ। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଏକ ବଡ଼ ସ୍କୋର କରିବାକୁ ଚାହୁଁଥିଲା। ଏହି ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ଏବଂ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଥିଲା। କିୱି ଦଳରେ ଆଡାମ ମିଲନେଙ୍କ ସ୍ଥାନରେ ମାଇକେଲ ବ୍ରେସୱେଲ ଆସିଥିବାବେଳେ ଭାରତୀୟ ଦଳରେ ସଞ୍ଜୁ ସାମସନଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଏବଂ ଦୀପକ ହୁଡାଙ୍କୁ ଦୀପକ ଚହରଙ୍କୁ ସୁଯୋଗ ଦିଆଯାଇଛି।

Get real time updates directly on you device, subscribe now.