fbpx

ଅନ୍ୟ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର ଯାଦବ! କାହିଁକି ଏମିତି କହିଲେ ଏହି ଖେଳାଳି?

ଅଲଗା ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର ଯାଦବ । ସେଥିପାଇଁ ଏମିତି ବ୍ୟାଟିଂ କରୁଛନ୍ତି । ଅନ୍ୟ କେଉଁ ଏକ ଗ୍ରହରୁ ଆସିଛନ୍ତି ବୋଲି ସେ ପଡ଼ିଆର ଚାରିପଟକୁ ମାରିପାରରୁଛନ୍ତି । କାରଣ ଜଣେ ସାଧାରଣ ଖେଳାଳି ହୋଇଥିଲେ ଏମିତି କରିବା ସମ୍ଭବ ହୋଇ ନଥାନ୍ତା । ସୂର୍ଯ୍ୟକୁମାର ହେଉଛନ୍ତି ଜଣେ ଅସାଧାରଣ ଖେଳାଳି । ଏମିତି ଅନେକ କଥା କହିଛନ୍ତି ପାକିସ୍ତାନର ଜଣେ ଷ୍ଟାର ଖେଳାଳି । ତେବେ ଏମିତି ସେ ସୂର୍ଯ୍ୟକୁମାରଙ୍କୁ ଟ୍ରୋଲ କରି ନୁହେଁ ବରଂ ପ୍ରଶଂସା କରି କହିଛନ୍ତି ।

ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ବିଶ୍ୱକପରେ ପ୍ରାୟ ସମସ୍ତ ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ୫ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରି ବିପକ୍ଷ ଦଳର ବୋଲରମାନଙ୍କ ମନରେ ଏକ ଭୟ ସୃଷ୍ଟି କରି ସାରିଛନ୍ତି ସୂର୍ଯ୍ୟକୁମାର । ତେଣୁ ତାଙ୍କର ବ୍ୟାଟିଂ ଦେଖି ପୂର୍ବ କ୍ରିକେଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସୂର୍ଯ୍ୟକୁମାରଙ୍କ ଟାଲେଣ୍ଟ ଦେଖିବା ପରେ ପାକିସ୍ତାନର ପୂର୍ବ କ୍ରିକେଟର ୱାସିମ ଆକ୍ରମ ଏବଂ ୱକାର ୟୁନିସ୍ ସୂର୍ଯ୍ୟକୁମାରଙ୍କର ବହୁତ ପ୍ରଶଂସା କରିଛନ୍ତି । ୱାସିମ ଆକ୍ରମ କହିଛନ୍ତି ଯେ, ସୂର୍ଯ୍ୟକୁମାର ପୃଥିବୀ ନୁହେଁ, ବାହାରୁ ଅନ୍ୟ ଏକ ଗ୍ରହରୁ ଆସିଛନ୍ତି । ସେଥିପାଇଁ ତାଙ୍କ ପ।ଖରେ ପଡ଼ିଆର ଚାରି ଆଡ଼କୁ ବଲ୍ ପହଞ୍ଚାଇବାର କ୍ଷମତା ରହିଛି । ଏହା ପରେ ୱକାର ୟୁନିସ୍ କହିଛନ୍ତି ଯେ, ବୋଲରଙ୍କ ପାଇଁ ଏବେ ବଡ ଚିନ୍ତା ପାଲଟି ଯାଇଛନ୍ତି ସୂର୍ଯ୍ୟକୁମାର । ଯେଉଁଥିପାଇଁ ଏବେ ସୂର୍ଯ୍ୟଙ୍କୁ କ୍ରିକେଟର ୩୬୦ ଡିଗ୍ରି ପ୍ଲେୟର ବୋଲି କୁହାଯାଉଛି ଏବଂ ପୂର୍ବତନ ଖେଳାଳି ଏ ବି ଡିଭିଲିୟର୍ସଙ୍କ ସହ ସୂର୍ଯ୍ୟଙ୍କ ତୁଳନା କରାଯାଉଛି ।

ଏଭଳି ଷ୍ଟାଇଲିସ ବ୍ୟାଟିଂ ବଳରେ ଟି ୨୦ ରାଙ୍କିଙ୍ଗରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏବେ ପ୍ରଥମ ସ୍ଥାନ ହାସଲ କରି ନେଇଛନ୍ତି ସୂର୍ଯ୍ୟକୁମାର । ତେବେ ଚଳିତ ବର୍ଷ ଟି ୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଏକ ହଜାର ରନ କରିଥିବା ଭାରତର ସେ ପ୍ରଥମ ଖେଳାଳି ହୋଇଛନ୍ତି ।

Get real time updates directly on you device, subscribe now.