fbpx

ବାରମ୍ବାର ଫେଲ ହେଉଛନ୍ତି ହିଟମ୍ୟାନ୍ ରୋହିତ: ବିଶ୍ୱକପ ପରେ ଶେଷ ହୋଇପାରେ ଟି-୨୦ କ୍ୟାରିୟର…

ଆଉ ଟି ୨୦ ମ୍ୟାଚ୍ ଖେଳି ନ ପାରନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କାରଣ ଥରେ କି ଦୁଇ ଥର ନୁହେଁ ଚଳିତ ଟି୨୦ ବିଶ୍ୱକପରେ ବାରମ୍ବାର ଫେଲ ହୋଇଛନ୍ତି ରୋହିତ ଶର୍ମା । ରୋହିତଙ୍କ ଖରାପ ଫର୍ମକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏପରିକି ଖୁବ ଶୀଘ୍ର ରୋହିତଙ୍କର ଟି ୨୦ କ୍ୟାରିୟର ଶେଷ ହୋଇଯିବ ବୋଲି ମଧ୍ୟ ଆଲୋଚନା କରୁଛନ୍ତି କ୍ରିକେଟପ୍ରେମୀ । ଯଦି ରୋହିତଙ୍କ ୨୦୨୨ ମସିହାର ଆକଳନକୁ ଦେଖିବା ତେବେ ରୋହିତ ୧୩୭ ଷ୍ଟ୍ରାଇକ୍ ରେଟ ସହ ୬୧୪ ରନ୍ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ବିଶ୍ୱକପ୍ରେ ରୋହିତଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଛି ।

ତେବେ କେବଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚକୁ ବାଦ ଦେଲେ ଅନ୍ୟ ସମସ୍ତ ମ୍ୟାଚରେ ରୋହିତ ନିଜ ଜଲୱା ଦେଖାଇ ପାରିନାହାନ୍ତି । ପ।କିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ ଏବଂ ଜିମ୍ବାୱେ ବିପକ୍ଷରେ ମଧ୍ୟ ରୋହିତଙ୍କର ଫ୍ଲପ ଶୋ’ ଜାରି ରହିଥିଲା । ପାକିସ୍ତାନ ବିପକ୍ଷରେ ରୋହିତ୍ ମାତ୍ର ୭ ରନ୍ କରି ପାଭିଲିୟନ୍ ଫେରିଥିଲେ । ସେହିଭଳି ସାଉଥ ଆଫ୍ରିକା ବିପକ୍ଷରେ ୧୫, ବାଂଲାଦେଶ ବିପକ୍ଷରେ ୨ ଏବଂ ଜିମ୍ବାୱେ ବିପକ୍ଷରେ ମାତ୍ର ୧୫ ରନ କରି ପାରିଛନ୍ତି ହିଟମ୍ୟାନ୍ ରୋହିତ । ତେବେ କେକବଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୩୯ ବଲରୁ ସେ ୫୩ ରନ୍ କରିଥିଲେ । ତେବେ ଚଳିତ ବିଶ୍ୱକପରେ ମୋଟ ୫ଟି ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚରେ ରୋହିତ ସମ୍ପୂର୍ଣ୍ଣ ଫ୍ଲପ ହୋଇଛନ୍ତି ।

ରୋହିତଙ୍କ ବ୍ୟାଟରୁ ଆଉ ସେ ଦମଦାର ସଟ ଦେଖିବାକୁ ମିଳୁନାହିଁ । ଯାହା ପାଇଁ ସେ ଦିନେ ଦୁଇ ଶହରୁ ଅଧିକ ରନର ହକଦାର ହୋଇଥିଲେ । ଯେଉଁ ସଟ୍ ପାଇଁ ଦୁନିଆ ତାଙ୍କୁ ହିଟମ୍ୟାନ୍ ବୋଲି ଜାଣୁଥିଲା । ତେବେ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ରୋହିତ ପୁଣିଥରେ କମାଲ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି ।

Get real time updates directly on you device, subscribe now.