fbpx

ICC T20I Rankingରେ ସୂର୍ଯ୍ୟକୁମାରଙ୍କ ଦବଦବା: କୋହଲିଙ୍କୁ ବି ମିଳିଲା ବିରାଟ ସଫଳତା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛି ଖୁସି ଖବର । ଦଳର ୨ ଷ୍ଟାର ଖେଳାଳିଙ୍କ ହାତରେ ଲାଗିଛି ବିରାଟ ସଫଳତା । ଆଇସିସି ତରଫରୁ ଜାରି ହୋଇଥିବା ନୂଆ ଗାଇଡଲାଇନରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ । ତେବେ ସୂର୍ଯ୍ୟଙ୍କ ଏହା ବ୍ୟତୀତ ପୂର୍ବ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ସଫଳତାରେ ଭାଗିଦାର ହୋଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ରାଙ୍କିଙ୍ଗ ଲିଷ୍ଟ ଜାରି କରିଛି ଆଇସିସି । ଏଥିରେ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ତାନ ହାସଲ କରିଛନ୍ତି । ଏକମାତ୍ର ଭାରତୀୟ ଭାବେ ଟପ୍-୧୦ରେ ପହଞ୍ଚିଛନ୍ତି ସୂର୍ଯ୍ୟକୁମାର ଯାଦବ । ଆଇସିସି ବ୍ୟାଟ୍ସମ୍ୟାନ ତାଲିକାର ଦ୍ୱିତୀୟ ସ୍ଥାନ ସେ ନିଜ ନାଁରେ କରିଛନ୍ତି । ଏହାସହିତ ପାକିସ୍ତାନୀ ଅଧିନାୟକ ବାବର ଆଜମ ସେ ପଛରେ ପକାଇଛନ୍ତି । ଏବେ ସୂର୍ଯ୍ୟଙ୍କ ଟାର୍ଗେଟ ଅନ୍ୟତମ ଓପନର ତଥା ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ଉପରେ ରହିବ । ତାଲିକାର ଶୀର୍ଷ ସ୍ଥାନରେ ଏବେ ମହମ୍ମଦ ରିଜୱାନ ରହିଛନ୍ତି ।

ସୂର୍ଯ୍ୟକୁମାରଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ଏହି ତାଲିକାରେ ସଫଳତା ପାଇଛନ୍ତି । ଏସିଆ କପ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦମଦାର ପ୍ରଦର୍ଶନ କରି ଗୋଟିଏ ପାଦ ଆଗକୁ ବଢିଛନ୍ତି ବିରାଟ କୋହଲି । ଏଥିସହ ସେ ୬୦୬ ପଏଣ୍ଟ ସହିତ ୧୫ତମ ସ୍ଥାନକୁ ପହଞ୍ଚିଛନ୍ତି । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୬୧୩ ପଏଣ୍ଟ ସହିତ ୧୩ ତମ ସ୍ଥାନରେ ରହିଛନ୍ତି । ତେବେ କେ.ଏଲ ରାହୁଲ ଏବଂ ଋଷଭ ପନ୍ତଙ୍କୁ ବଡ ଝଟକା ଦେଇଛି ଏହି ତାଲିକା । ଉଭୟ ଖେଳାଳି ଏବେ ୪ଟି ଲେଖାଏଁ ପାଦ ତଳକୁ ଖସି ଆସିଛନ୍ତି । ଯାହା ଫଳରେ ଉଭୟ ଯଥାକ୍ରମେ ୨୨ ଏବଂ ୭୦ ନମ୍ବରରେ ପହଞ୍ଚି ଯାଇଛନ୍ତି ।

Get real time updates directly on you device, subscribe now.