fbpx

ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସିର ବଡ଼ ସମ୍ମାନ, ମିଳିଲା ଟି-୨୦ କ୍ରିକେଟର ଅଫ ଦି ଇୟର ଆୱାର୍ଡ

ନୂଆଦିଲ୍ଲୀ: ଆଇସିସି ବାର୍ଷିକ ପୁରସ୍କାର ତାଲିକାରେ ପୁଣି ଥରେ ଭାରତୀୟ ଖେଳାଳିମାନେ ଚମକିଛନ୍ତି। ବୁଧବାର ଆଇସିସି ଟି-୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରାଯାଇଛି, ଏହି ପୁରସ୍କାର ସୂର୍ଯ୍ୟକୁମାର ଯାଦବ ଜିତିଛନ୍ତି। ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବ ଟି-୨୦ କ୍ରିକେଟ୍‌ରେ ୧ ନମ୍ବର ବ୍ୟାଟ୍ସମ୍ୟାନ୍ ମଧ୍ୟ ରହିଛନ୍ତି । ଗଲାବର୍ଷ ଟି-୨୦ର ସୂର୍ଯ୍ୟକୁମାର ଯାଦବ ସବୁ ଦଳ ବିପକ୍ଷରେ ରନ୍ ବର୍ଷା କରିଥିଲେ। ସୂର୍ଯ୍ୟକୁମାର ଯାଦବ ଏହି ରେସ୍‌ରେ ଇଂଲଣ୍ଡର ସାମ୍ କୁରାନ, ଜିମ୍ବାୱେର ସିକନ୍ଦର ରାଜା ଏବଂ ପାକିସ୍ତାନର ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।

ବର୍ଷ ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ୩୧ ମ୍ୟାଚ୍ ଖେଳି ୪୭ହାରରେ ୧୧୬୪ ରନ୍ ସଂଗ୍ରହ କରିଥିଲେ। ୧୮୭.୪୩ ଷ୍ଟ୍ରାଇକ୍ ରେଟ୍‌ରେ ସୂର୍ଯ୍ୟକୁମାର ପ୍ରତିପକ୍ଷ ଦଳଙ୍କୁ ଘାଇଲା କରିଥିଲେ। ଯାହା ଅନ୍ୟ କୋଣସି ଖେଳାଳିଙ୍କଠାରୁ ଢେର ଅଧିକ ଥିଲା। କୌଣସି ଏକ କ୍ୟାଲେଣ୍ଡର ବର୍ଷରେ ଟି-୨୦ରେ ଏକ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିବା ପ୍ରଥମ ଭାରତୀୟ ଖେଳାଳି ଅଟନ୍ତି।

Get real time updates directly on you device, subscribe now.