fbpx

ଓଃ! କଣ କଲେ ନବୀନ, ନୂଆ ଲୁକରେ ସୋସିଆଲ ମିଡିଆରେ ହୋସ ଉଡ଼ାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର : ଆଉ ଏକ ନୂଆ ଲୁକ ରେ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏଥର ପୁଣି ସ୍ପୋର୍ଟ୍ସ ଲୁକ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ।  ଯେଉଁଥିରେ   ମୁଖ୍ୟମନ୍ତ୍ରୀ ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ଥିବାର ନଜର ଆସିଛନ୍ତି ।

ଏଥିରେ ସେ ତାଙ୍କ ବଗିଚାରେ ପ୍ରାତଃ ଭ୍ରମଣ କରୁଥିବା ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଜର୍ସିରେ ଇଂରାଜୀରେ ଲେଖାଯାଇଛି ‘ଓଡିଶା ଅନ ଦି ମୁଭ୍’ । କେବଳ ଏତିକି ନୁହେଁ ଜର୍ସି ପଛରେ ‘ବନ୍ଦେ ଉତ୍କଳ ଜନନୀ’ ମଧ୍ୟ ଲେଖାଯାଇଛି । ହକି ବିଶ୍ୱକପ ଆୟୋଜନ କରି ସବୁଠାରେ ଚର୍ଚ୍ଚା ରେ ଥିବା ନବୀନ ଏବେ ପୁଣି ତାଙ୍କ ନୂଆ ଲୁକରେ ସମସ୍ତଙ୍କୁ ଚକିତ କରିଛନ୍ତି ।ନବୀନ ପିନ୍ଧିଥିବା ପୋଷକାରେ  ସବୁଜ ରଙ୍ଗର ଜର୍ସି ସହ ଧଳା ରଙ୍ଗର ଟ୍ରାଉଜର ରହିଛି  ।

ସୂଚନାମୁତାବକ ଏହି ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ ।  ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି । ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ୍ ମିଡିଆରେ ରାଜ୍ୟ କ୍ରୀଡା ପାଇଁ ଜର୍ସି ବାଛିବାକୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଆହ୍ବାନ କରିଥିଲେ ।ଏଥିରେ ବିଭିନ୍ନ ଅପ୍‌ସନ୍‌ ଦିଆଯାଇଥିଲା । ଅପ୍‌ସନ୍‌ ବି କୁ ଲୋକଙ୍କ ସର୍ବାଧିକ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟରେ ରହିଛି ଅପସନ୍ ସି । ସେହିପରି ରାଜ୍ୟ କ୍ରୀଡା ପାଇଁ ସୃଜନଶୀଳ ଟ୍ୟାଗ ଲାଇନ ବାଛିବାକୁ ଇନଷ୍ଟାଗ୍ରାମରେ ଆହ୍ବାନ କରିଥିଲେ ଫାଇଭ୍ ଟି ସଚିବ। ଏହାପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନସ ଦେଖିବାକୁ ମିଳିଥିଲା । ୧୦ହଜାରରୁ ଅଧିକ ଟ୍ୟାଗଲାଇନ୍ ଆସିଥିଲା । ଏହାମଧ୍ୟରୁ ୨୦ଜଣଙ୍କୁ ମନୋନୀତ କରାଯାଇଛି । ସମସ୍ତ ବିଜେତାଙ୍କୁ ଯୋଗାଯୋଗ କରି ସୋଭେନିୟର ଦିଆଯିବ ବୋଲି ସୂଚନା ମିଳିଛି  ।

Get real time updates directly on you device, subscribe now.