fbpx

ପୀଡିତଙ୍କୁ କାନ୍ଧରେ ଲଦି ୧କିମି ଚାଲିଚାଲି ପହଁଚିଲେ ଆମ୍ବୁଲାନ୍ସ ପାଖେ, ସହରରେ ପ୍ରଶଂସା ପାଉଛନ୍ତି ଏହି ଡ୍ରାଇଭର

ଭୋପାଲ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ୧୦୮ ଆମ୍ବୁଲାନ୍ସ ଡ୍ରାଇଭରର ପ୍ରଶଂସନୀୟ କାମ ପାଇଁ ସହରର ଲୋକେ ପ୍ରଶଂସା କରୁଛନ୍ତି । ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ରୋଗୀଙ୍କ ଘର ପାଖକୁ ଯାଇ ପାରିନଥିଲା । ଏହାପରେ ଡ୍ରାଇଭର ବାଟରେ ଗାଡି ଠିଆ କରି ୧କିମି ଚାଲି ରୋଗୀଙ୍କ ନିକଟରେ ପହଁଚିଥିଲେ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ୧୦୮କୁ କଲ୍ ଆସିଥିଲା । କୁହାଯାଇଥିଲା ଯେ, ଜଣେ ବ୍ୟକ୍ତି କୀଟନାଶକ ଔଷଧ ପିଇଦେଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ଅଛି । ଯେତେବେଳେ ଆମ୍ବୁଲାନ୍ସ ସେଠାରେ ପହଁଚିଥିଲା ଦେଖାଯାଇଥିଲା ଯେ, ରୋଗୀଙ୍କ ଘର ୧କିମି ଭିତରକୁ ରହିଛି ଏବଂ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପୀଡିତଙ୍କ ଘରେ ପହଁଚିବା ଅସମ୍ଭବ ଅଟେ ।

ସେଥିପାଇଁ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ ପାଦରେ ଚାଲିଚାଲି ପୀଡ଼ିତଙ୍କ ଘରେ ପହଁଚିଥିଲେ । ଏହାପରେ ପୀଡିତଙ୍କୁ ଡ୍ରାଇଭର ଜଣକ ନିଜ କାନ୍ଧ ଉପରେ ପକାଇ ୧କିମି ଚାଲିଚାଲି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେହିଠାରୁ ଆମ୍ବୁଲାନ୍ସରେ ଆଣି ରୋଗୀଙ୍କୁ ହସ୍ପିଟାଲରେ ପହଁଚାଇଥିଲେ । ଏହାପରେ ତାଙ୍କର ଚିକତ୍ସା ଚାଲିଥିଲା । ତେବେ ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ସହରର ସମସ୍ତ ଲୋକେ ପ୍ରଶଂସା କରୁଛନ୍ତି ।

Get real time updates directly on you device, subscribe now.